ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୩୫୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୧୫୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୫୬୪୯୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 ଅନଲାଇନ୍‌ରେ ୟୁଜି/ପିଜି ଫାଇନାଲ୍‌ ପରୀକ୍ଷା କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇ ସାରିଥିବା ବେଳେ ପିଲାମାନେ କିପରି ପରୀକ୍ଷା ଦେଇପାରିବେ, ସେଥିପାଇଁ ଆଜି ଶିକ୍ଷକମାନଙ୍କୁ ‘ମେଣ୍ଟର’ ଦାୟିତ୍ୱ ଦିଆଯାଇଛି । ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ପରେ ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଆଜି (ଶୁକ୍ରବାର) ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଆହୁରି ଦୁଇଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଏଥିରୁ ଭଦ୍ରକ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ ହେବା ପରେ ହାତୀ ବେଶରେ ଦର୍ଶନ ଦେଇ ଅଣସର ପିଣ୍ଡିକୁ ଯାଇଛନ୍ତି ଶ୍ରୀଜୀଉ । ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ମହାବାହୁ । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଆଜିଠୁ ଆରମ୍ଭ ହୋଇଛି ଉପଚାର । ଜ୍ୱର ହେବାପରେ ଶ୍ରୀଜୀଉଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଅଣସର ପିଣ୍ଡି ଯାଇଥାନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ ।

ଅଣସର ପିଣ୍ଡିରେ ଚଦୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ଗୁପ୍ତ ସେବା । ତେଣୁ ଏହି ସମୟରେ ୧୪ ଦିନ ପାଇଁ ବ୍ରହ୍ମଗିରିର ଅଲାରନାଥ ପୀଠ ପାଲଟିଯାଏ ଦ୍ବିତୀୟ ଶ୍ରୀକ୍ଷେତ୍ର । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା ପାଇଁ ଅଲାରନାଥ ପୀଠରେ ଲାଗିଛି ୧୪୪ ଧାରା। ଶୁକ୍ରବାରଠାରୁ ଠାରୁ ଆସନ୍ତା ୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

ଆଜି(ଶୁକ୍ରବାର) ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ । ଅପରାହ୍ନ ୪ଟା ବେଳେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ସନ୍ଧ୍ୟା ୬ଟା ପରଠାରୁ ୨ଟି ୱେବସାଇଟ୍‌ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଓ୍ବେବସାଇଟ୍ bseodisha.in ଓ bseodisha.nic.inରେ ଉପଲବ୍ଧ ହେବ ରେଜଲ୍ଟ ହେବ ।

ଦେଶରେ ଗତ ୨୪ ଘଣ୍ଟା  ୫୧୬୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୨୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧ ଲକ୍ଷ ୩୪ ହଜାର ୪୪୫ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୧ ଲକ୍ଷ ୨୮ ହଜାର ୨୬୭ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୧୨୮୬୮।

ଆଜି ଠାରୁ ଠିକ୍ ୪୬ ବର୍ଷ ପୂର୍ବରୁ ଅର୍ଥାତ ୧୯୭୫ ମସିହା ଜୁନ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ଲଗାଇଥିଲେ । ଏହି ଜରୁରୀକାଳୀନ ବ୍ୟବସ୍ଥା ୧୯୭୭ ମସିହା ମାର୍ଚ୍ଚ ୨୧ ଯାଏଁ ଜାରି ରହିଥିଲା । ସେହି ସମୟରେ ଜୁନ ୨୫-୨୬ ମଧ୍ୟ ରାତ୍ରୀରେ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦୀନ ଅଲୀ ମହମ୍ମଦଙ୍କ ଦସ୍ତଖତ କରିବା ପରେ ଦେଶରେ ପ୍ରଥମ ଥର ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । 

ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୮ କୋଟି ୭ ଲକ୍ଷ ୪୬ ହଜାର ୩୮୬ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୯ ଲକ୍ଷ ୧୫ ହଜାର ୪୫୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୬ କୋଟି ୫୪ ଲକ୍ଷ ୧ ହଜାର ୫ ଜଣ ସୁସ୍ଥ ହୋଇଥିବା ବେଳେ ୧୬ କୋଟି ୫୪ ଲକ୍ଷ ୧ ହଜାର ୫ ଜଣ ଲୋକ ସକ୍ରିୟ ଅଛନ୍ତି ।

ଆଜି(ଶୁକ୍ରବାର) ଅରୁଣାଚଳ ପ୍ରଦେଶ ପାଖାପାଖି ତିବ୍ବତୀୟ ସୀମାନ୍ତରେ ଅବସ୍ଥିତ ପ୍ରାଦେଶିକ ରାଜଧାନୀ ଲାସା ଏବଂ ନାଇଙ୍ଗଚି ମଧ୍ୟରେ ଚୀନ୍‌ ପ୍ରଥମ କରି ବୁଲେଟ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି । ଜୁଲାଇ ୧ ତାରିଖରେ ଆୟୋଜନ ହେବାକୁ ଥିବା ଶାସକ ଚୀନା କମ୍ୟୁନିଷ୍ଟ୍‌ ପାର୍ଟିର ଶତବାର୍ଷିକ ପାଳନ ପୂର୍ବରୁ ସିଚୁଆନ୍‌-ତିବ୍ବତ ରେଳବାଇର ୪୩୫.୫ କିଲୋମିଟର୍‌ ଦୀର୍ଘ ଲାସା-ନାଇଙ୍ଗଚି ସେକ୍ସନ୍‌ର ଶୁଭାରମ୍ଭ କରାଯାଇଛି।

ଚୀନର ଏକ ମାର୍ଶାଲ ସ୍କୁଲରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ ଅଗ୍ନିକାଣ୍ଡରେ ୧୬ ଜଣ ଗୁରୁତର ହୋଇଛନ୍ତି ।

 ଡେଲଟା ପ୍ଲସ ଭେରିଆଣ୍ଟ ଏବେ ବିଶ୍ୱର ୮୫ଟି ଦେଶରେ ଚିହ୍ନଟ ହୋଇଛି। କୋଭିଡର ଏହି ନୂଆ ମ୍ୟୁଟାଣ୍ଟ ଏବେ ଶୀଘ୍ର ବ୍ୟାପୁଛି ଯାହାକି ଅନ୍ୟ ମ୍ୟୁଟାଣ୍ଟ ଠାରୁ ସର୍ବାଧିକ। ବ୍ରିଟେନର ଆଲଫା ଭେରିଆଣ୍ଟ ୧୭୦ଟି ଦେଶରେ ଚିହ୍ନଟ ହୋଇଥିବା ବେଳେ ବିଟା ଭେରିଆଣ୍ଟ ୧୧୯ଟି ଦେଶରେ ଏବଂ ଗାମା ଭେରିଆଣ୍ଟ ୭୧ ଦେଶ ଏବଂ ଡେଲଟା ଭାରିଆଣ୍ଟ ୮୫ ଦେଶରେ ବ୍ୟାପିଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଏନସିବି ଗିରଫ କରିଛି...

Fri Jun 25 , 2021
ବାସ୍ତବବ୍ୟୁରୋ:(ମୁମ୍ବାଇ) ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଏନସିବି ଦ୍ୱାରା ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ଗିରଫ କରାଯାଇଛି। ଜାମ୍ମୁ କାଶ୍ମୀରରୁ ବହୁ ପରିମାଣର ଗଞ୍ଜା ଚୋରା ଚାଲାଣ ମାମଲାରେ କାସକରଙ୍କୁ ଏନସିବି ପଚରାଉଚରା ପାଇଁ ଗିରଫ କରିଛି। ଥାନେ ସେଣ୍ଟ୍ରାଲ ଜେଲ ଅଧୀକ୍ଷକ ହର୍ଷଦ ଆହିରାଓ କହିଛନ୍ତି ଯେ ଏନସିବି ଦଳ କାସ୍କରଙ୍କ ସହ ସକାଳ ପ୍ରାୟ ୧୧ ଟା ସମୟରେ ମୁମ୍ବାଇ ଅଭିମୁଖେ ଯାତ୍ରା […]

You May Like

Pin It on Pinterest