ଓଡ଼ିଶାରେ ଚିହ୍ନଟ ହେଲା କରୋନା ଭୁତାଣୁ ର ନୂଆ ରୂପ ଡେଲ୍ଟା+ଭାରିଆଣ୍ଟ…

ବାସ୍ତବବ୍ୟୁରୋ:ଭୁବନେଶ୍ୱର(ମନୋଜ ମହାନ୍ତି)କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଓଡିଶା ରେ ପ୍ରଥମ ଡେ଼ଲ୍ଟା+ ଭାରିଆଣ୍ଟ ଚିହ୍ନଟ । ଏହି ରୋଗୀ ଜଣଙ୍କ ଦେବଗଡ ଜିଲ୍ଲାର ବାସିନ୍ଦା । ଡି ଏମ ଇ ଟି ଡ଼. ସିବିକେ ମହାନ୍ତି ଙ୍କ କହିବା ଅନୁଯାୟୀ ଡେ଼ଲ୍ଟା+ ଭାରିଆଣ୍ଟ ଡେ଼ଲ୍ଟା ଭାଇରସ ର ଉପପ୍ରଜାତି । ତାଙ୍କର କହିବା ଅନୁଯାୟୀ ଏହାର ସଂକ୍ରମଣ କ୍ଷମତା ବିଷୟରେ ଅଧିକ କିଛି ଜଣାନାହିଁ ଓ ରୋଗୀ ପାଖକୁ ଯାଇ ଅନୁସନ୍ଧାନ ପରେ ଏହି ଭାରିଆଣ୍ଟ ବିଷୟରେ ଅଧିକ ଜଣାପଡିବ ।

କେନ୍ଦ୍ର ସରକାରଙ୍କ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭାରତର ୧୦ ଟି ରାଜ୍ୟରୁ ୪୮ ଜଣ ରୋଗୀ ଚିହ୍ନଟ ହେଲେଣି । କେବଳ ମହାରାଷ୍ଟ୍ରରେ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦ ବର୍ଷୀୟ ଜଣେ ବୃଦ୍ଧ ଙ୍କର ଆଜି ମୃତ୍ୟୁ ହୋଇଥିବା ସୂଚନା । ତା ପଛକୁ ତାମିଲନଦୁରୁ ୯ ଜଣ, ମଧ୍ୟପ୍ରଦେଶରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ,କେରଳ ରୁ ୩ ଜଣ ଓ ପଞ୍ଜାବ ରୁ ଜଣ ୨ଡେ଼ଲ୍ଟା+ ରୋଗୀ ଚିହ୍ନଟ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଯୁବକର ଜୀବନ....

Fri Jun 25 , 2021
ବାସ୍ତବବ୍ୟୁରୋ:ଦେବକାନ୍ତ,(ଚାନ୍ଦବାଲି) ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ ଅକାଳରେ ଚାଲିଗଲା ୨୫ ବର୍ଷ ଯୁବକର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତ ହରିସପୁର ଗ୍ରାମରେ। ସୂଚନାଯୋଗ୍ୟ ଧାମରା କରଂଜମାଳଗ୍ରାମର ଗୌରାଙ୍ଗ ମାଝୀଙ୍କ ପୁଅ ଚନ୍ଦନ ମାଝୀ କିଛି ଦିନ ପୂର୍ବରୁ ଚଡଦିଆ ଗ୍ରାମରେ ଥିବା ତାର ମାଉସି ଘରକୁ ବୁଲିବାକୁ ଆସିଥିଲେ। କିନ୍ତୁ ଆଜି ସକାଳେ ଗାଁ ପାଖକୁ ବୁଲିବାକୁ ଯାଇଥିଲେ, ହଠାତ […]

You May Like

Pin It on Pinterest