
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ଗତ କାଲି ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସିନିୟର ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ଆଜି ବିଜୁ ମହିଳା ଜନତା ଦଳର ନବୀକରଣ କରାଯାଇଛି । ଦଳର ବରିଷ୍ଠ ନେତ୍ରୀ, ସାଂସଦ, ବିଧାୟିକା ଏବଂ ପୂର୍ବତନ ବିଧାୟିକା ମାନଙ୍କୁ ନେଇ ନୂଆ ଟିମ୍ରେ ୫ ଉପଦେଷ୍ଟା ମନୋନୀତ କରାଯାଇଥିବା ବେଳେ, ସ୍ନେହାଁଙ୍ଗିନୀ ଛୁରିଆଙ୍କ ସଭାପତିତ୍ଵରେ କାର୍ଯ୍ୟ କରୁଥିବା ବିଜେଡି ମହିଳା ଟିମ୍ରେ ସୁଭାଷିନୀ ଜେନା, ସୁଲତା ଦେଓ, ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ମିଳିଛି ।ମହିଳା ୱିଙ୍ଗ ମହାସଚିବ ଦାୟିତ୍ବ କସ୍ତୁରୀ ମହାପାତ୍ରଙ୍କୁ ଦିଆଯାଇଛି ।
ଏଥିସହ ରାଜ୍ୟକୁ ୭ ଜୋନ ରେ ଭାଗ କରି ସେଥିରେ ମହିଳା ସଙ୍ଗଠନକୁ ଆଗକୁ ନେବାକୁ ଜୋନ ସଭାନେତ୍ରୀ ଓ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି । ୯ ଜଣଙ୍କୁ ବରିଷ୍ଠ ଉପ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି । ୨୭ ଉପସଭାନେତ୍ରୀ, ୩୫ ସାଧାରଣ ସଂପାଦିକା, ୩୬ ଜଣ ସଂପାଦିକା, ଏବଂ ୨୮ ଜଣ ଯୁଗ୍ମ ସଂପାଦିକା, ୬୯ ଜଣଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ସଦସ୍ୟା ଭାବେ ରଖାଯାଇଛି । ଏଥି ସହିତ ୩୩ ସାଙ୍ଗଠନିକ ଜିଲ୍ଲାର ବିଜୁ ମହିଲା ଜନତା ଦଳର ସଭାନେତ୍ରୀଙ୍କୁ ନିଯୁକ୍ତ କରାଯାଇଛି ।