ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡିଆ ସଂଘର,କଟକ ଜିଲ୍ଲା ସଂଗଠନକୁ ଉଦ୍ଘାଟନ କଲେ, ପୂର୍ବତନ ବିଧାୟକ ତଥା ବିଜେଡ଼ି ନେତା ପ୍ରଭାତ ବିଶ୍ୱାଳ….

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ସୋସିଆଲ ମିଡ଼ିଆ ଆଜି ସାରା ବିଶ୍ଵରେ ପ୍ରତେକ ଲୋକଙ୍କର ଦୈନଦିନ ଜୀବନର ଏକ ମୁଖ୍ୟ ଆବଶ୍ୟକ ହୋଇଯାଇଛି |ଆସ୍ତେ ଆସ୍ତେ ଖବର କାଗଜ ଠାରୁ ଦୁରେଇ ଯାଉଛନ୍ତି ପାଠକ |କାରଣ ସାରା ବିଶ୍ଵର ଖବର ଆଖି ପିଛୁଳାକେ ସୋସିଆଲ ମିଡ଼ିଆ ଦ୍ୱାରା ମିଳିଯାଉଛି |ତେଣୁ ସବୁଠାରେ ସୋସିଆଲ ମିଡ଼ିଆର ଚାହିଦା,ହେଲେ ଅନ୍ୟ ରାଜ୍ୟ ମାନଙ୍କରେ ଏହାର ସଂଘ ବା ୟୁନିୟନ ଥିବାବେଳେ ଆମ ରାଜ୍ୟରେ ସେମିତି କିଛି ନଥିଲା | ଏହାକୁ ଦୃଷ୍ଟିରେ ରଖି ଅମୁଲ୍ୟ ଜେନାଙ୍କ ପ୍ରଚେଷ୍ଟାରେ “ଓଡିଶା ୱେବ ଆଣ୍ଡ ଡିଜିଟାଲ ମେଡିଆ”ବିଧିବଦ୍ଧ ଭାବେ ଗଢ଼ା ଯାଇଛି |ଏହାର ଆବିମୁଖ୍ୟ ପ୍ରତ୍ୟକ ଜିଲାର ୱେବ ଆଣ୍ଡ ଡିଜିଟାଲ ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଗୋଟିଏ ଛତାତଳେ ରଖି ସେମାନଙ୍କର ପ୍ରତ୍ୟକ ସୁବିଧା ଅସୂବିଦ୍ଧରେ ଠିଆହେବା |

ଏହି ପରିପେକ୍ଷୀରେ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡିଆ ସଂଘର, କଟକ ଜିଲ୍ଲା ସଂଗଠନ ସ୍ଥାନୀୟ ପ୍ରତାପ ନଗରୀର ମାଆ ଧାକୁଲେଇଙ୍କ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି. ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ତଥା ବିଜେଡ଼ି ନେତା ପ୍ରଭାତ ବିଶ୍ୱାଳ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

Photo:owdm

ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡିଆ ସଂଘ ସର୍ବଦା ସାଧାରଣ ଜନତାଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରୁବୋଲି କହିଥିଲେ ଶ୍ରୀ ବିଶ୍ୱାଳ| ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘର ରାଜ୍ୟ ସଭାପତି ଅମୂଲ୍ୟ ଜେନା ଯୋଗଦାନ ପୂର୍ବକ ଉପସ୍ଥିତ ସମସ୍ତ ୱେବ ଚାନେଲର କର୍ମକର୍ତା ମାନଙ୍କୁ ଧନ୍ୟବାଦ ଦେବାସହ ଏହି ସଂଘ କିଭଳି ଭାବରେ ରାଜ୍ୟର ସମସ୍ତ ୱେବ ଚାନେଲ ଗୁଡିକର ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ଏବଂ ରାଜ୍ୟ ସରକାରଙ୍କ ପାଖରେ ସମସ୍ତ ସୁବିଧା ଅସୁବିଧାକୁ ପ୍ରଦର୍ଶିତ କରାଯିବ ସେ ବିଷୟରେ ଆଲୋକପାତ କରିଥିଲେ ।

ଅମୂଲ୍ୟ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆର ରାଜ୍ୟ ଉପସଭାପତି ରାଜେଶ ଧଳସାମନ୍ତ, ଜଗନ୍ନାଥ ସାହୁ ତଥା କଟକ ଜିଲ୍ଲା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘର ସମସ୍ତ କର୍ମକର୍ତ୍ତା ଯୋଗଦେଇ ମା ଧାକୁଲେଇଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Mon Jun 28 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୩୭୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୨୪୦୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୬୭୪୦୨ଜଣ ସୁସ୍ଥ ହୋଇ ଘରକୁ […]

You May Like

Pin It on Pinterest