ଓଡିଆ ମାଟ୍ରୀମୋନି ସାଇଟ୍ ରେ ସାଇବର ଠକ,ବିବାହ କରିବାର ସ୍ୱପ୍ନ ଦେଖାଇ ଯୁବତୀ ଠକିଲେ ୪ ଲକ୍ଷଟଙ୍କା

ବାସ୍ତବବ୍ୟୁରୋ:(ମାହାଙ୍ଗା) ଭାରତ ମାଟ୍ରିମୋନି ର ଓଡିଆ ମାଟ୍ରୀମୋନି ସାଇଟ୍ ରେ ଜଣେ ଯୁବକ ନିଜର ବିଭାଘର ପାଇଁ ପ୍ରୋଫାଇଲ୍ ପୋଷ୍ଟ କରି ଏବେ ହୋଇଛି ଇଂଳଣ୍ଡରେ ରହୁଥିବା ଏକ ସାଇବର୍ ଠକ ସୁନ୍ଦରୀଙ୍କ ଶିକାର । ତାହାର ମିଠା ମିଠା କଥାରେ ହରାଇଛନ୍ତି ପାଖାପାଖି ୪ ଲକ୍ଷ ଟଙ୍କା, .ବିବାହ କରିବାର ସ୍ୱପ୍ନ ଦେଖାଇ ଯୁବତୀ ଜଣଙ୍କ ଚୁନ ଲାଗାଇ ଲୁଟିଚାଲିଛି ଟଙ୍କା. ଏନେଇ ଯୁବକ ଜଣଙ୍କ ନିକଟସ୍ଥ ଥାନା ଓ ସାଇବର୍ ସେଲ୍ ରେ ଅଭିଯୋଗ କରିଛନ୍ତି ।

ଏଭଳି ଠକାମିର ଶିକାର ହୋଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଗୋପୀନାଥପୁର ଗାଁର ସର୍ବପ୍ରସନ୍ନ ପଣ୍ଡା । ଯୁବତୀ ଜଣଙ୍କ ନାମ ପ୍ରୀତି ରାଜପୁତ୍ . ଏକ Whatsapp no +447438575383 , +447404101881ରେ ମେସେଜ୍ କରି ନିଜ ବିଷୟରେ ସର୍ବପ୍ରସନ୍ନ ଙ୍କୁ ସେ ଇଂଲଣ୍ଡରେ ତାଙ୍କ ବିଧବା ମାଆ ସହ ରହୁଛନ୍ତି ଏବଂ ସେ ପେସାରେ ଜଣେ ଡାକ୍ତର ବୋଲି ମେସେଜ୍ ମାଧ୍ୟମରେ କହିଥିଲେ । ସର୍ବପ୍ରସ୍ନନ ବି ଲଗାତାର ତାଙ୍କ ସହ ଚ୍ୟାଟିଂ କରି ଭାବର ଆଦାନ ପ୍ରଦାନ କରିବାସହ ସଂପର୍କ ବଢାଇ ଚାଲିଥିଲେ ।

ଯୁବତୀ ଜଣଙ୍କ ଦିନେ ସର୍ବପ୍ରସନ୍ନ ଙ୍କୁ ଇଂଲଣ୍ଡରୁ ଏକ ଦାମି ଗିପ୍ଟ ପଠାଇଥିବା କହିଥିଲେ. ସେହି ଇଂଲଣ୍ଡର ଦାମି ଗିପ୍ଟ ପ୍ୟାକ୍ ଭିତରେ ଇଣ୍ଡିଆ କରେନସି ଅନୁଯାୟୀ ୩୭ ଲକ୍ଷ ଟଙ୍କାର ଗିପ୍ଟ ଆସିଥିବାରୁ ତାକୁ ପାଇବାକୁ ହେଲେ ଟଙ୍କା ଏକ ଆକାଉଣ୍ଟ୍ ରେ ଜମା କରିବାକୁ ପଡିବ ବୋଲି କହିଥିଲା ଯୁବତୀ ଜଣକ । ସର୍ବପ୍ରସନ୍ନ ବିବାହ ପାଇଁ ପ୍ରେମରେ ଅନ୍ଧ ହୋଇ ମୋଟ୍ ୩ ଲକ୍ଷ ୯୫ ହଜାର ଟଙ୍କା ନେବାପରେ ମଧ୍ୟ ଆସିଲାନାହିଁ ଗିପ୍ଟ ।

ଗିପ୍ଟ ପାଇବା ପାଇଁ ଆହୁରୀ ଆର୍ଥ ଦେବାକୁ ପଡିବା ଉଭୟ ଏୟାରପୋର୍ଟ ସନ୍ଦିଗ୍ଧ ଯୁବତୀ ଓ ଇଂଲଣ୍ଡର ସନ୍ଦିଗ୍ଧ ଯବତୀ ଚାଲ ଚଳାଇଥିବା ସର୍ବପ୍ରସ୍ନନ ଜାଣିପାରିଥିଲେ. ହେଲେ ସେତବେଳକୁ ସେ ସାଇବର୍ ଶିକାର ହୋଇଯାଇଥିଲେ . ଏହାକୁ ନେଇ ସର୍ବପ୍ରସନ୍ନ ନେମାଳ ଥାନା ଓ ସାଇବର ସେଲ୍ ରେ ଅଭିଯୋଗ କରିଛନ୍ତି. ସର୍ବପ୍ରସନ୍ନଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜ କରିଛି ନେମାଳ ପୋଲିସ୍. ସେମଧ୍ୟ ସାଇବର୍ ସେଲ୍ ସହ ଯୋଗାଯୋଗରେ ରହିଛନ୍ତି. ଏବଂ ଏହି ଠକ ଗ୍ୟାଙ୍ଗକୁ ଧରିବାକୁ ତଦନ୍ତ ଚାଲିଥିବା ସାଲେପୁର ଏସ. ଡି. ପିଓ କହିଛନ୍ତି.।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରେଶ୍ୱର ଫାଣ୍ଡି ନାହାଙ୍ଗରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ...

Wed Jun 30 , 2021
ବାସ୍ତବବ୍ୟୁରୋ:(ମାହାଙ୍ଗା)ମଙ୍ଗଳବାର ବିଳମ୍ବିତ ରାତିରେ ଭଦ୍ରେଶ୍ୱର ଫାଣ୍ଡି ନାହାଙ୍ଗ ଗାଁ’ରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିବା ଖବର ମିଳିଛି ସେହି ଗାଁ’ର ରଞ୍ଜନ ମହାପାତ୍ରଙ୍କ ଘରେ ନିଆଁ ଲାଗିଯିବାରୁ ତାଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା ସର୍ଟ ସର୍କିଟରୁ ଏହି ନିଆଁ ଲାଗିବା କୁହା ଯାଉଛି |ରଞ୍ଜନଙ୍କ ଘରେ ଥିବା ସମସ୍ତ ଅସବାପତ୍ର ପୋଡି ଭସ୍ମୀଭୂତ ହୋଇଯାଇଛି ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳୀରେ ପହଂଚି ଥିଲେବି’ନିଆଁକୁ ଆୟତ […]

You May Like

Pin It on Pinterest