ଉତ୍କଳମଣି ଫାଉଂଡେସନ ଟ୍ରଷ୍ଟ ତରଫରୁ ଜାତୀୟ ଡାକ୍ତର ଦିବସରେ ଡାକ୍ତରଙ୍କୁ ସମ୍ବର୍ଦ୍ଧନା…

ବାସ୍ତବବ୍ୟୁରୋ:ଭଦ୍ରକ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଇଶ୍ଵର ଯେତେବେଳେ ଆମର ସବୁଠାରୁ ଭରସା ତୁଟିଯାଏ ଜୀବନ ଆଉ ମୃତ୍ୟୁର ଦୋଛକିରେ ଠିଆହୋଇ କେବଳ ଦୁଇ ଜଣଙ୍କ ଉପରେ ଆସ୍ଥା ଥାଏ |ଜଣେ ଅଦୂର୍ଷ୍ୟ ଈଶ୍ଵର ଆଉଜଣେ ସାକ୍ଷାତ,ଏ ଦେହ ତାଙ୍କରି ହାତରେ ଟେକିଦେଇ ହୁଅ, ସେ ଆଉକେଇ ନୁହେଁ ଡାକ୍ତର |ପିତା କସା ଯାହା ଦିଅନ୍ତି ଆଖି ବୁଝି ଖାଇଦେଉ,କାରଣ ବଂଚିବା ଆଉ ବଂଚାଇବାର ମୋହ ସବୁ କଥା ମାନିନେବାକୁ ବାଧ୍ୟ ହେଉ | ଏହି କରୋନା ମହାମାରୀ ଅନେକ ଡାକ୍ତରଙ୍କ ଜୀବନ ନେଇଛି ସତ କିନ୍ତୁ ଆଜିବି ଡାକ୍ତରଙ୍କର ସେବାପାଇଁ କୋରୋନା କବଳରୁ ଅନେକ ଜୀବନ ବଞ୍ଚିଯାଇଛି…

.ଆଜି ଏକ ସ୍ମରଣୀୟ ଓ ପୁଣ୍ୟ ତିଥିରେ ଭଦ୍ରକର ଅଗ୍ରଣୀ ସଂଗଠନ ଉତ୍କଳମଣି ଫାଉଂଡେସନ ଟ୍ରଷ୍ଟ ତରଫରୁ ଭଦ୍ରକର ବରିଷ୍ଠ ଶିଶୁ ଡାକ୍ତର ତଥା ପୂର୍ବତନ ଚିକିତ୍ସାଧିକାରୀ ଭଦ୍ରକ ଡାକ୍ତର ଅଧର ନାୟକ ଓ ବରିଷ୍ଠ ଭେଷଜ ବିଶେଷଜ୍ଞ ଝସକେତନ ମିହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ବର୍ତ୍ତମାନ ସମୟରେ ଡାକ୍ତରଙ୍କ କାର୍ଯ୍ୟ ଅତ୍ୟନ୍ତ ମହନୀୟ ବୋଲି କହିଥିଲେ ଉତ୍କଳମଣି ଫାଉଂଡେସନ କର୍ମକର୍ତ୍ତା ମାନେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

CPMର କେନ୍ଦ୍ର ସରକାରଙ୍କ ପେଟ୍ରୋଲ ଡିଜେଲ ଓ ଗ୍ୟାସ୍ ଦରବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ...

Thu Jul 1 , 2021
ଭୁବନେଶ୍ୱର-ଆଜି ଦୁମୁଡୁମା ମୁଖ୍ୟ ବଜାର ଛକରେ,ମର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ଏକାମ୍ର ଭୁବନେଶ୍ୱର ଶାଖା ତରଫରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ଆଉ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ବିରୁଦ୍ଧରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। CPIM ର ଭୁବନେଶ୍ବର ବିଶିଷ୍ଠ ଶ୍ରମିକ ନେତା ନେତା ଶ୍ରୀ ପ୍ରଦୀପ୍ତ ନାୟଙ୍କ କହିଥିଲେ ଯେ ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ କହି ମିଛ ଫୁଟାଣି ମାରି ପ୍ରଧାନ […]

You May Like

Pin It on Pinterest