ଆଜିର ଖାସ୍ ଖବର

ଭଦ୍ରକ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପହଁଞ୍ଚିଲେ ଏନଡିଆରଏଫ ୟୁନିଟ୍ ।

ପୁରୀ ‘ବ୍ଲୁ ଫ୍ଲାଗ୍‌ ବିଚ୍‌’:ଅନ୍ତର୍ଜାତୀୟ ବେଳାଭୂମିର ଅନୁଭବ ନେବେ ପର୍ଯ୍ୟଟକ

ହୀରାକୁଦ ଉପର ମୁଣ୍ଡରେ ଅପେକ୍ଷାକୃତ କମ୍‌ ବର୍ଷା,ହୀରାକୁଦରେ ୧୦ ଗେଟ୍‌ ଖୋଲା ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ।

ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ବିପଦ ସଂକେତ ଟପିଲା ଜଳକା ନଦୀ ।

ଲଗାଣ ବର୍ଷା ଯୋଗୁଁ କଟକର ବାଙ୍କୀ, ବଡ଼ମ୍ବା ସମେତ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡା ଓ ଜଗତସିଂହପୁରରୁ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହ ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ମାସରେ ଜେଇଇ(ମେନ୍‌) ଓ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବ,ସ୍ପଷ୍ଟ କଲା ଜାତୀୟ ପରୀକ୍ଷା ସଂସ୍ଥା(ଏନ୍‌ଟିଏ) ।

ଦେଶର ଜାତୀୟ ରାଜପଥଗୁଡିକରେ ଥିବା ଟୋଲ ଫି’ ପ୍ଲାଜାରେ କେନ୍ଦ୍ରସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଗାଡି ଚାଳକମାନଙ୍କ ପାଇଁ ରିହାତି ଫାଷ୍ଟଟ୍ୟାଗ୍‌ ବ୍ୟବହାର ବାଧ୍ୟତାମୂଳକ ।

ଆସନ୍ତା ମାସରେ ରୁଷିଆ ଦ୍ବାରା ଆୟୋଜିତ ହେବାକୁ ‘କାଉକାଜ୍‌-୨୦୨୦’ ନାମକ ଏକ ବହୁଦେଶୀୟ ସମରାଭ୍ୟାସରେ ଚୀନୀ ଓ ପାକିସ୍ତାନୀ ସୈନିକଙ୍କ ସହ ଯୋଗଦେବ ଭାରତର ୨୦୦ ସାମରିକ ଅଧିକାରୀ ଓ ସୈନିକ ।

ଇସ୍ରାଏଲରୁ ୨ଟି ଫାଲକନ ଆୱାକ୍ସ ଏୟାରବସ କିଣିବ ଭାରତ ।

ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ : ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Aug 28 , 2020
 ଶ୍ରୀମନ୍ଦିର ତିନି ଦ୍ବାରରେ ଲାଗିବ ରୁପା ଚାଦର । ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଆୟୋଜିତ କରିବା ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟଙ୍କ ଶୁଣାଣି  । ହୀରାକୁଦ ଡ୍ୟାମ୍‌ରୁ ୨୪ଟି ଗେଟ ଖୋଲିବା ପରେ ଫୁଲୁଛି ମହାନଦୀ । ଆଜିଠୁ ଭୁବନେଶ୍ୱରରେ ୨ୟ ପର୍ଯ୍ୟାୟ ସେରୋ ସର୍ଭେ, ବିଏମ୍‌ସିର ୨୫ଟି ୱାର୍ଡରୁ ସଂଗ୍ରହ […]

You May Like

Pin It on Pinterest