ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୦୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୧୬୧୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୦୯୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୦୯୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବସ୍‌ ଭଡ଼ା ବଢ଼ିଛି । ଡିଜେଲ ଦର ବୃଦ୍ଧି ଯୋଗୁ ସ୍ୱୟଂକ୍ରିୟ ପଦ୍ଧତିରେ ବସ୍‌ ଭଡ଼ା ବଢ଼ିଛି । ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୮୫ ପଇସା ଥିବାବେଳେ ଏବେ ଏହା ୪ ପଇସା ବଢ଼ି ୮୯ ପଇସା ହୋଇଛି । ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୮୯ ପଇସା ଥିଲା । ୪ ପଇସା ବଢ଼ି ୯୩ ପଇସା ହୋଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୮ ପଇସା ବଢ଼ିଛି ।

  ପାଣିପାଗର ତାଜା ଆକଳନ, ଜୁଲାଇରେ ବି ଭଲ ବର୍ଷା ଆଶା କମ୍‌ । କେତେକ ଜିଲ୍ଲାରେ ବର୍ଷା କମ୍‌ ରହିବ । ଅଧିକାଂଶ ଜିଲ୍ଲାରେ ବର୍ଷାକୁ ନେଇ ଅନିଶ୍ଚିତତା ରହିଛି ।

ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ଶହେ ଅତିକ୍ରମ କରିଛି। ଏହା ପୂର୍ବରୁ ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଥିଲା ।

ରାଜ୍ୟରେ ଆସନ୍ତା ୧୬  ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଅନଲକ୍‌ ଲାଗୁ ହୋଇଛି । ଏହା ମଧ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ବିୟୁଟି ପାର୍ଲର, ସ୍ପା ଓ ଜିମ୍‌ କିନ୍ତୁ ବନ୍ଦ ରହିଛି । କରୋନା କଟକଣା ପାଇଁ ଫିଟନେସ୍‌ ଶିଳ୍ପ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛି । ଗତକାଲି ବିୟୁଟି ପାର୍ଲର, ସ୍ପା ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜି ଅନଶନରେ ବସିବେ ଜିମ୍ ମାଲିକ ସଂଘ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬୬୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୫୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪ ଲକ୍ଷ ୫୮ ହଜାର ୨୫୧ରେ ପହଞ୍ଚିଛି । ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୧୨ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୫ ଲକ୍ଷ ୪୮ ହଜାର ୩୦୨ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୦୯୬୩୭୪ ।

 ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବଢୁଛି । ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୯୯.୧୬ରେ ପହଞ୍ଚିଛି । ତେବେ ଲିଟର ପିଛା ଡିଜେଲ ୮୯.୧୮ଟଙ୍କା ସ୍ଥିର ରହିଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ପ୍ରମୁଖ ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ କରିଛି ।

ଦିଲ୍ଲୀର ସମସ୍ତ ଘରୋଇ ସ୍କୁଲ ନିଜର ଫି’ର ୧୫ ପ୍ରତିଶତ ହ୍ରାସ କରିବେ ବୋଲି କେଜ୍ରିଓ୍ୱାଲ କହିଛନ୍ତି । ଏହି ଆଦେଶ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଲାଗୁ ହେବ । ନିର୍ଦ୍ଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି ସ୍କୁଲ ଅଭିଭାବକଙ୍କଠୁ ଅଧିକ ଟଙ୍କା ନିଏ ତେବେ ସ୍କୁଲକୁ ଟଙ୍କା ଫେରାଇବାକୁ ପଡିବ କିମ୍ବା ଆସନ୍ତା ବର୍ଷରେ ସାମିଲ କରାଯିବ ।

ବୁଲା କୁକୁରମାନଙ୍କର ‌ଭୋଜନ ଅଧିକାର ଅଛି ଏବଂ ସେମାନଙ୍କୁ ଖୁଆଇବା ପାଇଁ ମଧ୍ୟ ନାଗରିକମାନଙ୍କର ଅଧିକାର ରହିଛି । କିନ୍ତୁ, ବୁଲା କୁକୁରପଲଙ୍କୁ ଖୁଆଇବା ସମୟରେ ଯେମିତି କାହାର କୌଣସି ଅସୁବିଧା ବା କାହା ପ୍ରତି ବିପଦ ସୃଷ୍ଟି ନ ହୁଏ ସେଥିପାଇଁ ସାବଧାନ ରହିବା ଉଚିତ : ଦିଲ୍ଲୀ ହାଇକୋର୍ଟ ।

ଗୁରୁବାର ରାତିରୁ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ସମୟରେ ଆହତ ହୋଇଥିବା ଜଣେ ଯବାନ ସହିଦ ହୋଇଯାଇଛନ୍ତି ।

 ଆଜି ପାହାନ୍ତା ପ୍ରାୟ ୪.୨୪ରେ ଜମ୍ମୁର ଆର୍ଣ୍ଣିଆ ସେକ୍ଟର୍‌‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତ ଅଞ୍ଚଳରେ ଉଡୁଥିବା ଗୋଟାଏ ଡ୍ରୋନ୍‌ ଆଡ଼କୁ ‘ବିଏସ୍‌ଏଫ୍‌’ ଯବାନମାନେ ଗୁଳି ଚଳାଇଥିଲେ। ଭାରତୀୟ ବାୟୁସେନା ଷ୍ଟେସନ୍‌ରେ ଦୁଇଟି ବିସ୍ଫୋରଣ ଘଟିବା ପର ଠାରୁ ଏହା ଥିଲା ଜମ୍ମୁ ଆକାଶରେ ପଞ୍ଚମ ଥର ଡ୍ରୋନ୍‌ ଦୃଶ୍ୟମାନ ହୋଇଥିଲା ।

ଡେଲ୍‌ଟା ଭେରିଆଣ୍ଟ୍‌’ ଏବଂ ଉତ୍ପତ୍ତି ହେଉଥିବା ଅନ୍ୟାନ୍ୟ ଗୁଣସୂତ୍ର-କ୍ରମ ପରିବର୍ତ୍ତନକାରୀ କରୋନାଭାଇରସ୍‌ଙ୍କୁ ନିଷ୍କ୍ରିୟ କରିବାରେ ତା’ର ଏକକ ଡୋଜବିଶିଷ୍ଟ ଟିକା ଅତ୍ୟନ୍ତ ଫଳପ୍ରଦ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଟିକା କମ୍ପାନି ନିର୍ମାତା ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି । ଉପରୋକ୍ତ ଟିକା ନେଇଥିବା ବ୍ୟକ୍ତିମାନଙ୍କ ଦେହରେ ଅନ୍ୟୂନ ୮ ମାସ ପର୍ଯ୍ୟନ୍ତ ‘ଡେଲ୍‌ଟା’ ସମେତ ଅନ୍ୟାନ୍ୟ ଗୁଣସୂତ୍ର-କ୍ରମ ବିବର୍ତ୍ତିତ କରୋନାଭାଇରସ୍‌ ଭୂତାଣୁମାନଙ୍କୁ ପ୍ରତିହତ କରିବା ଲାଗି ଶକ୍ତିଶାଳୀ ରୋଗ ପ୍ରତିରୋଧକାରୀ ଶକ୍ତି ରହିବ। ଏହି ଟିକା ୮୫% ଫଳପ୍ରଦ ଏବଂ ଏହା ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାଇବର ଜାଲରେ ଶିକ୍ଷୟିତ୍ରୀ ମୋବାଇଲ୍‌ ସିମ କେୱାଇସି ଅପ୍‌ଡେଟ୍‌ ନାଁରେ ଆକାଉଣ୍ଟରୁ ୬୦ ହଜାର ଚଳୁ...

Fri Jul 2 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଦିନକୁଦିନ ସାଇବର ଠକଙ୍କର ପାଦୁର୍ବଭାବ ବଢିଚାଲିଥିଲେବି, ଏହାକୁ ରୋକିବାରେ ସାଇବର ସେଲ୍କୁ ସେମିତି ଆଖି ଦୃଷ୍ଟିଆ ସଫଳତା ମିଳିନୁ |ସର୍ବସ୍ୱାନ୍ତ ହେଉଛନ୍ତି ସାଧାରଣ ଜନତା |ଏଇ କିଛିଦି ତଳେ ଆମେ ଆପଙ୍କ ନଜରକୁ ଆଣିଥିଲୁ ନିଶ୍ଚନ୍ତ କୋଇଲି ବ୍ଲକ ଗୋପୀନାଥପୁର ଶାସନର ସର୍ବ ପ୍ରସନ୍ନ ପଣ୍ଡାଙ୍କ କଥା |ଯେକି ସାଇବର ସୁନ୍ଦରୀଙ୍କ ମାୟା ଜାଲରେ ୪ ଲକ୍ଷ ଟଙ୍କା ହରାଇଛନ୍ତି |ଏବେ ଠିକ ସେହିପରି ସାଇବର ଠକଙ୍କ ଜାଲରେ […]

You May Like

Pin It on Pinterest