
ବାସ୍ତବବ୍ୟୁରୋ:(ଛାତିସଗଡ଼)ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଆଜି ବଡ଼ ଧରଣର ନକ୍ସଲ ହମଲା ହେବାର ସୂଚନା ମିଳିଛି । ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ନକ୍ସଲମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ସମୟରେ ଏକ ହଜାରରୁ ଅଧିକ ନକ୍ସଲ ସାମିଲ ହୋଇthile । ଏହି ଆକ୍ରମଣ ସମୟରେ ନକ୍ସଲ ମାନେ ୧୫ ରୁ ୨୦ ଜଣ ଖଣି କର୍ମଚାରୀଙ୍କୁ ନିଜ କବ୍ଜାକୁ ନେଇ ଯାଇଥିବା ଜଣାପଡ଼ିଛି।
ଆଜି ସକାଳ୧୦ଟା ପାଖାପାଖି ନକ୍ସଲମାନେ ଏହି ଖଣି ଉପରେ ଆକ୍ରମଣ କରିଥିବା ବେଳେ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ଗୁଳି ବିନିମୟ ଜାରି ରହିଛି। ଉଭୟ ପକ୍ଷରୁ ଗୁଳି ବିନିୟମ ଜାରି ରହିଥିବା ନେଇ ନାରାୟଣପୁର ଏସ୍ପି ସୂଚନା ଦେଇଛନ୍ତି। ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଥିବା ସୂଚନା ମିଳିଛି। ବସ୍ତର ଆଇଜି ଓ ନାରାୟଣପୁର ଏସ୍ପି ସ୍ଥିତି ଉପରେ ନଜର ରଖିଛନ୍ତି।
ସୂଚନା ଅନୁଯାୟୀ, ନକ୍ସଲମାନେ ହମ୍ଲା କଲା ବେଳେ ପ୍ରାୟ ୧୦୦ ଶ୍ରମିକ କାମ କରୁଥିଲେ। ୧୫ରୁ୨୦ ଶ୍ରମିକଙ୍କୁ ନକ୍ସଲମାନେ ନିଜ କବ୍ଜାରେ ରଖିଥିବା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ନକ୍ସଲମାନେ ଖଣିରେ ନିୟୋଜିତ ୬ଟି ଗାଡ଼ି ମଧ୍ୟ ପୋଡ଼ି ଦେଇଛନ୍ତି।ସୂଚନା ଅନୁସାରେ ଆମଦାଇର ଏହି ଲୁହାପଥର ଖଣିକୁ ନକ୍ସଲମାନେ ବିରୋଧ କରି ଆସୁଥିଲେ। ଏହି କାରଣରୁ ଆକ୍ରମଣ କରିଥିବା କୁହାଯାଉଛି।