ବିଜେପୁରର ବିକାଶ ବିଜେଡି ର ଲକ୍ଷ-ନବୀନ

ବାସ୍ତବ ବ୍ୟୁରୋ(ବରଗଡ) : ନିର୍ବାଚନୀ ପ୍ରଚାରରେ ସରଗରମ ବିଜେପୁର । ବିଜେପୁର ଉପନିର୍ବାଚନ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାରର ଦ୍ବିତୀୟ ଦିନ। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରୁ ହେଲିକପ୍ଟରରେ ବାହାରି  ଗାଇସିଲାଟ୍ ବ୍ଲକ ତାଲପାଲି ପଡ଼ିଆରେ ଓହ୍ଲାଇ  ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ଜଣାଯାଇଛି। ନିର୍ବାଚନ ପ୍ରଚାର ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ବିଜେପୁରରେ ପ୍ରଚାର କରିବା ପରେ ଟୁଇଟ୍ କରି ସନ୍ତୋଷ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ‘ବରଗଡର ତଳପାଲିରୁ ଗୁଡରପାଲି ପର୍ଯ୍ୟନ୍ତ ନିର୍ବାଚନୀ ଶୋଭାଯାତ୍ରାରେ ଆପଣମାନଙ୍କ ବିପୁଳ ସମାଗମ ଦେଖି ମୁଁ ଉତ୍ସାହିତ। ବିଜୁ ଜନତା ଦଳକୁ ଏହିଭଳି ସମର୍ଥନ କରି ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ, ବିଜେପୁରରେ ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା।’

ଗାଇସିଲଟ ତାଲପାଲି ପରେ ଆଜି ୧୪ଟି ଜାଗାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି। ଏଠାରୁ ସେ ହାଇଟେକ ବସରେ କେନ୍ଦୁଭଟା ଛକ, ଗୌରମୁଣ୍ଡା ଛକ, ଗାଇସିଲାଟ୍, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଲପାଟ, ଭଂଗାମୁଣ୍ଡା, ଡାଂଗବାହାଲ, ସରଧାପାଲି, କରଂଜାପାଲି, କିର୍ମେଲି ଛକ, କୁଣ୍ଡାଖାଇ, ଗୁଡରପାଲି ପର୍ଯ୍ୟନ୍ତ ରୋଡ୍-ସୋ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ବିଜେପୁର ଏବଂ ବରପାଲି ବ୍ଲକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍ ପ୍ରଚାର କରିଥିଲେ। ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳୁ ବିଜେପୁର ଏନ୍ଏସି, ବରପାଲି ବ୍ଲକ୍ର ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍ଏସି ଅଞ୍ଚଳରେ ରୋଡ୍ ସୋ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଝିଅମାନେ ବି ପଢିପାରିବେ ସୈନିକ ସ୍କୁଲରେ...ସରକାରଙ୍କ ନୂଆ ନିୟମ

Fri Oct 18 , 2019
ବାସ୍ତବ ବ୍ୟୁରୋ :ଏଣିକି ବାଳିକାମାନେ ସୈନିକ ସ୍କୁଲରେ ପଢିପାରିବେ । ଏଥିଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମତି ଦେଇଛନ୍ତି । ଆସନ୍ତା ୨୦୨୧-୨୨ ଶିକ୍ଷା ବର୍ଷରୁ ଦେଶର ବିଭିନ ସ୍ଥାନରେ ଥିବା ସୈନିକ ସ୍କୁଲରେ ବାଳିକାମାନଙ୍କୁ ଗ୍ରହଣ କରାଯିବ । କେନ୍ଦ୍ର ସରକାର ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେଉଥିବାରୁ ସୈନିକ ସ୍କୁଲଗୁଡ଼ିକରେ ବାଳିକାମାନଙ୍କୁ ଅନୁମତି ଦେବାକୁ କେନ୍ଦ୍ର ସରକାର କିଛି ବର୍ଷ ତଳେ ନୀତିଗତ ନିଷ୍ପତ୍ତି […]

You May Like

Pin It on Pinterest