
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାର ଖୁଲାସା କରିଛନ୍ତି ଭୁବନେଶ୍ଵର ଡିସିପି। ମହିଳାଙ୍କ ମୃତଦେହ ପଡ଼ିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ହିଁ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଛି । କେବଳ ମହିଳା ନୁହେଁ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ | ସୌଭାଗ୍ୟବଶତଃ ପିଲାଟି ମୃତ୍ୟ ମୁଖରୁ ବର୍ତ୍ତିଯାଇଛି । ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ଭୁବନେଶ୍ଵର ପୋଲିସ ।

ଅଭିଯୁକ୍ତ ଜଗନ୍ନାଥର ହୋସ୍ ଆସିବା ପରେ ସବୁ ସତ ମାନିଲା । ଜଗନ୍ନାଥର ଘର ଯାଜପୁରର ବଡ଼ମଙ୍ଗଳା ଅଂଚଳରେ,ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ଵାନରେ ସଂପୃକ୍ତ ମହିଳାଙ୍କ ସହ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ । ତେବେ ଘର ମାଲିକଙ୍କ ଘରେ କୁନି ପୁଅଟି ରହିଯାଇଥିବାରୁ ହତ୍ୟାକାରୀ କବଳରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା ।

ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ସାହୁ । ତାଙ୍କ ସହ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ସମ୍ପର୍କ କ’ଣ ? ।କାହିଁକି ହତ୍ୟା କଲା ମହିଳାଙ୍କୁ ? ସଂପୃକ୍ତ ମହିଳାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କାହିଁକି କରିଥିଲା ଜାଗା ?ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟକୁ ମଧ୍ୟ ଲାଗିଛି ପୋଲିସ ହାତରେ । ସବୁ ଅଡ଼ୁଆ ସୁତାର ଖିଅ ଉଣ୍ଡାଳୁଛନ୍ତି, ୟାର ଫିଲଡ଼ ଥାନା ଅଧିକାରୀ, ଏସିପି, ତଥା ଭୁବନେଶ୍ୱର ଡିସିପି ତଦନ୍ତ ଜାରି ରଖିଥିବା ବେଳେ।ସାଇଣ୍ଟିଫିକ ଟିମ ମଧ୍ୟ ପହଁଚି ତାଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି।