ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ | ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ, ଶ୍ରୀ ହରିଚନ୍ଦନ ରାଜ୍ୟ ସରକାର କୋକିଶିଆଳି ଭଳି ଚାଲାକ ଆଉ ନୀଳବର୍ଣ୍ଣ ଶୃଗାଳ ପରି ଛଳନା କରୁଛନ୍ତି ବୋଲି କହିଛନ୍ତି । ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଥିବା ଚିଠି ହାସ୍ୟାସ୍ପଦର କଥା ବୋଲି ବିଜେପି କହିଛି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି, ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି , ୨୦୧୮-୧୯ରେ ପାଞ୍ଚ ଥର ଆବାସ ସଫ୍ଟୱେର ଓ୍ୱିଣ୍ଡୋ ଖୋଲାଥିଲା । ମାତ୍ର ୪୫,୯୦୩ ନାମ ପଞ୍ଜିକୃତ ହୋଇଛି । ଫନି ବେଳେ ୩.୮୯ ଲକ୍ଷ ଲୋକଙ୍କ ପାଇଁ ଘର ଦରକାର ଏବଂ ଓ୍ୱିଣ୍ଡୋ ଖୋଲିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ସେତେବେଳ ଦୁଇଟି ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୧୩ଲକ୍ଷ ଲୋକଙ୍କ ନାଁ ଯୋଡ଼ାହେଲା । ମୁଖ୍ୟମନ୍ତ୍ରୀ କେବଳ ନିଜ ଅଜ୍ଞତା ପ୍ରକାଶ କରି ଚିଠି ଲେଖୁଛନ୍ତି । ହେଲେ ଅନ୍ୟ ଗରିବ ଆକାଂକ୍ଷି ଜିଲ୍ଲାକୁ କାହିଁକି ଦେଲେ ନାହିଁ ବୋଲି ପ୍ରଶ୍ନ ଉଠାଇବା ସହ ପୃଥ୍ୱୀରାଜ କହିଛନ୍ତି ଯେ, ଯେଉଁ ନାମ ପଞ୍ଜିକୃତ ହେବ, ସେଗୁଡିକ ଜନ ନିରୀକ୍ଷଣ ସମିତି ଗଠନ ହୋଇ ଗ୍ରାମସଭା ମାଧ୍ୟମରେ ତାଲିକା ଚୂଡାନ୍ତ ହେବା ନିହାତି ଆବଶ୍ୟକ ।

କେନ୍ଦ୍ରୀୟ ତଦନ୍ତକାରୀ ଦଳଙ୍କ ରିପୋର୍ଟରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି । କିନ୍ତୁ ଏ ଯାଏଁ କୌଣସି ପଦକ୍ଷେପ ନିଆଯାଇନି। ଜଣେ ବି ଅଯୋଗ୍ୟ ହିତାଧିକାରୀ ଘର ପାଇଲେ କିମ୍ବା ଯୋଗ୍ୟ ବାଦ ପଡିଲେ ବରଦାସ୍ତ କରାଯିବନି । ଚୋରି ଧରାପଡିବା ପରେ ମୁହଁ ଟାଣ କରି ମିଛ କହିବା ବଦଳରେ ରାଜ୍ୟ ସରକାର ନୈତିକତା ଦେଖାନ୍ତୁ ବୋଲି ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରିଟେଲ ଡିଲର ସଙ୍ଘ ର କାର୍ଯ୍ୟ ବନ୍ଦ୍ ଚେତାବନୀ

Tue Jul 6 , 2021
ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର ବେଉରା) ରାସ୍ତାକୁ ଓହ୍ଲାଇଲା ରିଟେଲ ଡିଲର ସଙ୍ଘ । କୋଭିଡ ମହାମାରୀ ସମୟରେ ନିୟମିତ ଆଧାରରେ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଗହମ ଯୋଗାଇ ଆସୁଛନ୍ତି । ହେଲେ ଏଯାବତ ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ସଂଘ ।କେନ୍ଦ୍ର ସରକାର କମିଶନ ବାବଦକୁ କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପଠାଇ ସାରିଥିଲେ ସୁଦ୍ଧା ଏଯାବତ ରାଜ୍ୟ ସରକାର କମିଶନ […]

You May Like

Pin It on Pinterest