
ନବୀନ କୁମାର୍ ସାହୁ,(ଜଳେଶ୍ୱର)ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସିଂଲା ବଜାର ନିକଟରେ ଥିବା ଏକ ନକଲି ବିଦେଶୀ ମଦ ତିଆରି କାରଖାନା ଉପରେ ବସ୍ତା ଅବକାରୀ ବିଭାଗ ର ଚଢଉ | ୪୦୦ ରୁ ଉର୍ଧ୍ବ ନକଲି ବିଦେଶୀ ମଦ ବୋତଲ ଜବଦ କରିବା ସହ ମଦ ତିଆରି ପାଂଇ ବ୍ଯବହାର ହେଉଥିବା ୪୦ ଲିଟର ସ୍ପିରିଟ , ୧୦୦୦ ରୁ ଉର୍ଧ୍ବ ଠିପି ଏବଂ ଷ୍ଟିକର ଜବଦ କରିଛି ଅବକାରୀ ବିଭାଗ |

ଏହି ନକଲି ମଦ ତିଆରି କାରଖାନା ର ମାଲିକ ତାରା ଶଙ୍କର ଜେନା ଙ୍କୁ ଗିରଫ କରିଛି ଅବକାରୀ ବିଭାଗ , ଏହି କାରଖାନା ଦୀର୍ଘଦିନ ଧରି ଚାଲୁଥିବା ବେଳେ ଏଠାରୁ ବିଭିନ୍ନ ସ୍ଥାନକୁ ନକଲି ମଦ ସପ୍ଲାଇ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା , ଦୀର୍ଘଦିନ ଧରି ଅବକାରୀ ବିଭାଗ ସବୁ ଜାଣି ମଧ୍ଯ ଚୁପ ରହିଥିଲା , ତେବେ ଆଜି ହଠାତ ଚଢଉ କରି ଏହି ସବୁ ସାମଗ୍ରୀ ଜବଦ କରିବା ସହିତ ମାଲିକ ଙ୍କୁ ସମେତ ୪ ଜଣକୁ ଗିରଫ କରିଛି |