
ବାସ୍ତବବ୍ୟୁରୋ:(କଟକ)ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ପାଳନ ପରିପେକ୍ଷୀରେ କଟକ ଜିଲ୍ଲାରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ରାଜ୍ୟପାଳଙ୍କ ତରଫରୁ ବାଲିପଡ଼ା ଗ୍ରାମ ନିଶ୍ଚନ୍ତ କୋଇଲି ଅଂଚଳରେ ପ୍ରଗତିଶୀଳ ଚାଷୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କୁ ପୁରସ୍କୃତ କରାଯାଇଛି |

ପ୍ରଗତିଶୀଳ ଚାଷୀ ଶ୍ରୀ ପଣ୍ଡା କୃଷି କ୍ଷେତ୍ରରେ ନିଜର ପାରଙ୍ଗମତା ଦେଖାଇ “କୃଷି ସମୃଦ୍ଧି” ପାଇଲଟ ପ୍ରକଳ୍ପ ନାବାର୍ଡ ଜରିଆରେ ସାହାଯ୍ୟ ଗ୍ରହଣ କରି ସଫଳତା ପାଇଛନ୍ତି ବୋଲି ସୂଚନା ମିଳିଛି | ଏଥିସହ ଗ୍ରାମୀଣ ଉନ୍ନୟନ କରାଯାଇ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଏସ.ଏଚ.ଜି ଗ୍ରୁପ, ଲଘୁ ଉଦ୍ୟୋଗୀ ଆଦିଙ୍କୁ ପ୍ରୋଛାୟନ ଯୋଗାଇ ଦେଉଥିବାରୁ,ଜିଲ୍ଲାରେ ନାବାର୍ଡ ସଂସ୍ଥାକୁ ଜିଲ୍ଲାପାଳ ଶ୍ରୀ ଚୟନୀ ପ୍ରଶଂସା କରିଥିଲେ |

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନାନୁଯାୟୀ,ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ କଟକ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏ ନ ଆଇ ସି ପ୍ରକୋଷ୍ଠରେ ଏ ଲଡୀ ଏ ମ ଶ୍ରୀ ରାଜେଶ କୁମାର ବେହେରା,ନାବାର୍ଡର ଏ ଜି ଏ ମ ଶ୍ରୀ ସିଦ୍ଧାର୍ଥ ଏସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |