ଟ୍ରେନ ଯାତ୍ରୀମାନଙ୍କ ପାଇଁ ନୂଆ ସୁବିଧା

ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ):   ଟ୍ରେନ ରେ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନଙ୍କ ସବୁ ପ୍ରକାର ର ସୁବିଧା ଯୋଗାଇଦେବା ପାଇଁ ନୂଆନୂଆ ପଦକ୍ଷେପମାନ ଉଠାଯାଉଛି  ଭାରତୀୟ ରେଳବାଇ । ଗତକିଛି ଦିନ ତଳେ ରେଳବାଇ ପକ୍ଷରୁ ଦେଶର ଷ୍ଟେସନମାନଙ୍କରେ ଓ୍ଵାଇ-ଫାଇ ସୁବିଧା ଆରମ୍ଭ କରାଯାଇଥିଲା। ଖୁବ୍‌ଶୀଘ୍ର ଆପଣଙ୍କୁ ଟ୍ରେନ୍‌ ବି ଓ୍ଵାଇ-ଫାଇ ସୁବିଧା ଯୋଗାଇ ଦେବାକୁ ଯୋଜନା କରାଯାଉଛି ବୋଲି ରେଳମନ୍ତ୍ରୀ ପିୟୁଷ ଗୋଏଲ ବୁଧବାର ସୂଚନା ଦେଇଛନ୍ତି।

ଦୁଇଟି ଲକ୍ଷ୍ୟ ରଖି ରେଳବାଇ ଟ୍ରେନ୍‌ରେ ଓ୍ଵାଇ-ଫାଇ ସୁବିଧା ଯୋଗାଇବାକୁ ଯାଉଛି। ଟ୍ରେନ୍‌ରେ ଓ୍ଵାଇ-ଫାଇ ସୁବିଧା ଯୋଗାଇ ଦେବା ଦ୍ୱାରା ଏଥିରେ କେବଳ ଯାତ୍ରୀଙ୍କୁ ଲାଭ ମିଳି ପାରିବ ତାହା ନୁହେଁ, ଏଥିସହିତ ଓ୍ଵାଇ-ଫାଇ ଜରିଆରେ ସିସିଟିଭି କ୍ୟାମେରାର ରିଅଲ ଟାଇମ ମନିଟରିଙ୍ଗ ବି କରାଯାଇପାରିବ। ସିସିଟିଭି ରିଅଲ ଟାଇମ୍‌ ମନିଟରିଙ୍ଗ ଦ୍ୱାରା ଟ୍ରେନ୍‌ ଭିତରକୁ ପଶି ଆସୁଥିବା ଅପରାଧିଙ୍କୁ ସାମ୍ନା କରାଯାଇ ପାରିବ।

ପିୟୁଷ ଗୋଏଲଙ୍କ ଅନୁସାରେ, ଆଗାମୀ ତିନିରୁ ଚାରିବର୍ଷ ଭିତରେ ଭାରତୀୟ ଟ୍ରେନ୍‌ରେ ଓ୍ଵାଇ-ଫାଇ ସେବା ଆରମ୍ଭ ହୋଇଯିବ। ଏଥିପାଇଁ ରେଳବାଇଙ୍କୁ ଅଧିକ ପରିମାଣର ଅର୍ଥ ନିବେଶ କରିବାକୁ ପଡ଼ିବ। ବର୍ତ୍ତମାନ ଦେଶରେ ୫୦୦୦ରୁ ଅଧିକ ରେଳ ଷ୍ଟେସନ୍‌ରେ ଓ୍ଵାଇ-ଫାଇ ସୁବିଧା ଉପଲବ୍ଧ ହୋଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Oct 24 , 2019
୧-ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍‌, ସୂଚନା ଦେଲେ ପର୍ଯ୍ୟଟନ ସଚିବ ବିଶାଲ ଦେବ। ୨-ଜୟପୁର:ଲାଞ୍ଚ ନେବା ମହଙ୍ଗା ପଡିଲା – ପୁଲିସ ଇନ୍ସପେକ୍ଟର ନୀଳକଣ୍ଠ ମହାପାତ୍ରଙ୍କୁ ୫ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା। ୩-ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ଘର ଓ ଜମି ଦେଇଥିବା ୧୧ ଜଣଙ୍କୁ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ। ୪-ଅନୁଗୋଳ:ଶିକ୍ଷକଙ୍କୁ ଡରାଇ ଧମକାଇ ଲାଞ୍ଚ ମାଗୁଥିଲେ ନକଲି ସାମ୍ବାଦିକ; […]

You May Like

Pin It on Pinterest