
ନନ୍ଦିନୀ ପ୍ରଧାନ (ସମ୍ବଲପୁର)ମାନବିକତା ହଜିଗଲା ଯୁବକ ଙ୍କ ।ନିଜ ଜମିରେ ରାସ୍ତା ଯାଇଥିବା କହି ରାସ୍ତାକୁ ଅବରୋଧ କରି ଗାଁ କୁ ଆମ୍ବୁଲାନ୍ସ ଯିବା ପାଇ ବାଟ ଛାଡିଲେ ନାହିଁ ।ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଚିପିଲିମା ଫାଣ୍ତି କୁଦଗୁଣ୍ତେରପୁର ପଂଚାୟତ ର କୁଦ ତଵଡା ଗାଁର ଉମାକାନ୍ତ ସେଠ ନିଜ ଜମିରେ ଗାଁ କୁ ରାସ୍ତାରେ ଯାଇଥିବା ଜାଣିବା ପରେ ଗାଁ ରାସ୍ତା ବନ୍ଦ କରିଛନ୍ତି ।

ରାସ୍ତା ଉପରେ ଗାତ ଖୋଲି ତାର ବାଡା ଲଗାଇ ବିଦ୍ୟୁତ ସଂଯୋଗ କରି ବନ୍ଦ କରିଛି । ଏଭଲି କି ଗତକାଲି ସଂଧ୍ୟାରେ କୁଦ ତବଡା ଗାଁ କୁ ରୋଗୀ ଆଣିବା ପାଇ ଏକ ଆମ୍ବୁଲାନ୍ସ ଯାଇଥିଲା । ହେଲେ ଆମ୍ବୁଲାନ୍ସ କୁ ମଧ୍ୟ ଉମାକାନ୍ତ ରାସ୍ରା ନ ଛାଡିବାରୁ ଗାଁ ଲୋକ ରୋଗୀ କୁ ବାଧ୍ୟ ହୋଇ ଖେତ ଭିତରେ ବୋହି ଆଣି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଚାଇଥିଲେ । କୁଦ ତବଡା ଗାଁ କୁ କେବଳ ଗୋଟିଏ ରାସ୍ତା ଥିବାରୁ ଦୁଇ ଦିନ ହେଲା ବନ୍ଦ ରହିଛି । ଗାଁରୁ ବାହାରିକବାକୁ ହେଲେ ଗ୍ରାମବାସୀ ଖେତ ଭିତରେ ଆସୁଥିବା କହିଛନ୍ତି ।ଏହାକୁ ନେଇ ଆଜି କୁଦ ତଵଡା ଗ୍ରାମବାସୀ ସମ୍ବଲପୁର ଜିଲ୍ଲାପାଲ ପ୍ରଶାସନ ଦ୍ଵାରସ୍ତ ହୋଇଛନ୍ତି ।