ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ଧଳା ଜହର ମାଫିଆ ମାନଙ୍କ ପାଇଁ କୋକୁଆ ଭୟ….

ଭଦ୍ରକ:(ଶୁଭ୍ରକାନ୍ତ ଶୁଭ୍ରକାନ୍ତ )୨୫/୦୭:- ଦିନକୁ ଦିନ ସମାଜରେ ନିଶା ବ୍ୟାପାର ବଢ଼ିବାରେ ଲାଗିଛି ତାହାର ଫାଇଦା ଉଠାଇ ଏ ଯୁବ ସମାଜ ନିଶାସେବନ ଓ ନିଶାକାରବାରରେ ମସଗୁଲ ରହୁଥିବା ଦେଖିବାକୁ ମିଳୁଛି |ପ୍ରତ୍ବେକ ଦିନ ଗଣମାଧ୍ୟମ ଜରିଆରେ ବ୍ରାଉନ ସୁଗାର ହେଉ ବା ମଦ ବହୁଳ ମାତ୍ରାରେ ଜବତ କରାଯାଉଛି | ୨୦୨୧ମସିହାରେ ଭଦ୍ରକ ଜିଲ୍ଲାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ବହୁଳ ମାତ୍ରାରେ ଧଳା ଜହର ଜବତ ହୋଇଛି |ଏବଂ ଅନେକ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି |
ଚର୍ଚାରେ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା
ସବୁଠାରୁ ବଡ କଥା ହେଉଛି ଧଳା ଜହର ମାଫିଆମାନଙ୍କ ମଧ୍ୟରେ ଏବେ କୋକୁଆ ଭୟ କାରଣ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କର ସଫଳ ଗୋଟିଚାଳନା ଏବେ ମାଫିଆଙ୍କ ଅଣ୍ଟା ଭାଙ୍ଗିଦେଇଛି କାହିଁକିନା ଆଲୋକ ଜେନାଙ୍କ ନେତୃତ୍ୱ୍ୱରେ ଗ୍ରାମାଞ୍ଚଳ ପୋଲିସ ବଡ ବଡ ସଫଳତା ହାସଲ କରିଛି ଧଳାଜହର ଜବତ କରିବାରେ |ଆଲୋକ ଜେନା ଗ୍ରାମାଞ୍ଚଳ ଥାନାରେ ଯୋଗଦେବାପରେ ଅବକାରୀ ବେପାରୀଙ୍କ ନିଦହଜିଯାଇଛି ତାଙ୍କ ନାମ ଶୁଣିଲେ ଯେମିତି ଅପରାଧୀଙ୍କ ମହଲରେ ଭୟର ବାତାବରଣ ସୃଷ୍ଟିହେଉଛି |

ଆଲୋକ ଜେନା ଗ୍ରାମାଞ୍ଚଳ ଥାନାରେ ଯୋଗଦେବା ପରେ ତାଙ୍କ ନେତୃତ୍ୱରେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ ପ୍ରଥମେ ୩୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହିତ ଗୋଟେ ଟିଭିଏସ ବାଇକ ସହିତ ତିନିଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା |ତାପରେ ଆଉ ପଛକୁ ଫେରି ଚାହିଁନଥିଲେ ଆଲୋକ ଜେନା ଓ ତାଙ୍କ ପୂରା ଟିମ |ଗୋଟେ ପରେ ଗୋଟେ ମିଶନ କୁ ସଫଳ କରିଚାଲିଲେ, ଯେମିତିକି ୨୦୨୧ ଫେବୃଆରୀ ୯ ତାରିଖରେ ୫୧୬ ଗ୍ରାମ ଧଳା ଜହର ସହିତ ୭ ଜଣକୁ କୋର୍ଟ ଚାଲାଣ,୨୦୨୧ ଏପ୍ରିଲ ୧୪ ତାରିଖରେ ୧୦.୫ ଗ୍ରାମର ବ୍ରାଉନସୁଗାର ସହିତ ଗୋଟେ କାର ଜବତ ସହିତ ଚାରିଜଣକୁ କୋର୍ଟ ଚାଲାଣ କରିଥିଲେ |

୨୦୨୧ ଏପ୍ରିଲ ୨୦ ରେ ୩୧୦ ଗ୍ରାମ ବ୍ରାଉନ ସୁଗାର ଗୋଟେ ବାଇକକୁ ଜବତ କରି ୩ ଜଣଙ୍କୁ କୋର୍ଟ ଚାଲାଣ,୨୦୨୧ ଏପ୍ରିଲ ୨୭ ରେ ୨୬୦ ଗ୍ରାମ ବ୍ରାଉନସୁଗାର ସହିତ ଚାରି ଜଣକୁ କୋର୍ଟ ଚାଲାଣ,୨୦୨୧ ମେ ୨୩ ରେ ୨୮୦ ଗ୍ରାମ ଧଳା ଜହର ସହ ୨୦୦୦ ଟଙ୍କା ଗୋଟେ ବାଇକ କୁ ଜବତ ସହିତ ୩ ଜଣଙ୍କୁ କୋର୍ଟ ଚାଲାଣ,୨୦୨୧ଜୁନ ୨୪ ରେ ୫୧୦ ଗ୍ରାମର ବ୍ରାଉନସୁଗାର ଗୋଟେ ବାଇକ ଜବତ କରିବା ସହିତ ୨ ଜଣଙ୍କୁ କୋର୍ଟ ଚାଲାଣ, ସବୁଠାରୁ ବଡ ସଫଳତା ୨୦୨୧ ଜୁଲାଇ ୧୬ ତାରିଖରେ ୧ କେଜି ୯୦ ଗ୍ରାମର ବ୍ରାଉନ ସୁଗାର ଗୋଟେ ଓଟୋ କୁ ଜବତ କରିବା ସହିତ ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା |

ଆହୁରି ମଧ୍ୟ ୨୦୨୧ ଜୁନ ୩ ତାରିଖରେ ୧୦ କେଜି ଗଂଜେଇ ଜବତ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି |କିଛି ଦିନ ପୂର୍ବରୁ ଜୁଲାଇ ୧୬ ତାରିଖରେ ଜିଲ୍ଲା ଆରକ୍ଷୀଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି ଜିଲ୍ଲାରେ ୨୦୨୧ ମସିହାରେ ଏଯାବତ ରେ ୪ କେଜି ବ୍ରାଉନ ସୁଗାର ଜବତ ହୋଇଛି ସେଥି ମଧ୍ୟରୁ ଗ୍ରାମାଞ୍ଚଳ ଥାନା ତରଫରୁ ପ୍ରାୟ ୪ କେଜି ୩୦୦ ଗ୍ରାମର ଧଳା ଜହରକୁ ଜବତ କରାଯାଇଛି ଏବଂ ଆଲୋକ ଜେନା ଯୋଗ ଦେବାପରଠାରୁ ଏନଡିପିଏସ ଆକ୍ଟରେ ସମୁଦାୟ ୩୬ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଯାହାକି ଏକ ବଡ ସଫଳତା କହିଲେ ଅତ୍ୟୁକ୍ତି ହେବନାହିଁ |

ପୋଲିସ ସବୁବେଳେ ସମାଜରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିରଖିବାରେ ସହାୟକ ହୋଇଥାଏ ଖାସ ସେଥିପାଇଁ ତ କାହିଁ କେତେଦୂରୁ ଜନସାଧାରଣ ଧାଇଁ ଆସନ୍ତି ଟିକେ ନ୍ୟାୟ ପାଇବା ପାଇଁ |ଯଦି ଆମେ ଆଜି ସୁରକ୍ଷିତ ମଣୁଛନ୍ତି,ଶାନ୍ତିରେ ରାତିରେ ଶୋଇବାକୁ ମିଳୁଛି ତାହେଲେ କେବଳ ପୋଲିସ କର୍ମଚାରୀଙ୍କ ପାଇଁ କାରଣ ସେମାନେ ନିଜେ ରାତି ରାତି ଅନିଦ୍ରା ହୋଇ ସମାଜରେ ବଢିଚାଲିଥିବା ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଗୁଣ୍ଡା, ଡକାୟତ,ଲୁଟେରା ଙ୍କ ବିତ୍ପାତ ରୁ ଆମମାନଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କର ନିଦ ହଜିଯାଉଛି |

ଭଦ୍ରକ ପୋଲିସ ହୁଅନ୍ତୁ ବା ଆରକ୍ଷିଅଧିକ୍ଷକ ବା ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା ଓ ତାଙ୍କ ଟିମକୁ ବୁଦ୍ଧିଜୀବୀ ହୁଅନ୍ତୁ ବା ସର୍ବସାଧରଣରେ ଅନେକ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳୁଛି ପ୍ରଶଂସା ନମିଳିବ ବା କେମିତି ଏହି କେତୋଟି ମାସରେ ଗ୍ରାମାଞ୍ଚଳ ପୋଲିସ ଟିମ ଥାନାଧିକାରୀଙ୍କ ନେତୃତ୍ୱ୍ୱରେ ଯେଉଁ ସଫଳତା ପାଇଛି ତାହା ଅତ୍ୟନ୍ତ ପ୍ରଶଂସନୀୟ| ତେବେ ଦେଖିବାକୁ ବାକିରହିଲା ଗ୍ରାମାଞ୍ଚଳ ପୋଲିସ ଆଗକୁ କେତେ ପ୍ରଶଂସା ସାଉଣ୍ଟୁଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Jul 26 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୯୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୩୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୪୫୧୭୭ ଜଣ ସୁସ୍ଥ […]

You May Like

Pin It on Pinterest