“ଆଶୀର୍ବାଦ”ଯୋଜନା ର ଅଭିମୁଖୀକରଣ ବୈଠକ…

ବାସ୍ତବବ୍ୟୁରୋ:(ସୁବର୍ଣ୍ଣପୁର)-ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଜିଲ୍ଲା ସ୍ତରୀୟ ଟାକ୍ସଫୋର୍ସ (ବାଲ୍ୟ ବିବାହ )ତଥା ଆଶୀର୍ବାଦ ଯୋଜନା ଆଭିମୁଖୀକରଣ ବୈଠକ ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ଶିଶୁ ମାନଙ୍କ ସୁରକ୍ଷା ଦିଗରେ ଆବଶ୍ୟକ ଯତ୍ନବାନ ହୋଇ ଦଳଗତ ଭାବେ କାର୍ଯ୍ୟ କରିବା ସହିତ ଶିଶୁଙ୍କ ନିମନ୍ତେ ଉଦ୍ଧିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଗ୍ୟ ଶିଶୁଙ୍କୁ ନିଶ୍ଚିତ ସାମିଲ କରିବାକୁ ଜିଲ୍ଲପାଳ ଶ୍ରୀମତୀ ନରୱଣେ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l

ସେହିପରି ଜିଲ୍ଲାରେ ବାଲ୍ୟ ବିବାହ ଯେପରି ନ ହେବ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ପ୍ରଦାନ କରି ତୃଣମୂଳ ସ୍ତରରେ ବ୍ୟାପକ ସେଚାତନାତା ସୃଷ୍ଟି କରିବା,ସହ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ କରିବାକୁ ଗୁରୁତ୍ୱାରୋପ କରିଛନ୍ତି l ପୁନଶ୍ଚ ବୈଠକରେ ଶିଶୁ ସୁରକ୍ଷା ନିମନ୍ତେ ନୂତନ ଭାବେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନା ର ସଠିକ ଓ ସୁନିଶ୍ଚିତ କାର୍ଯ୍ୟକାରିତା ଯେପରି ସମସ୍ତଙ୍କ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥି ପ୍ରତି ବିଶେଷ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l

ଏହା ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାରେ ଏପର୍ଯ୍ୟନ୍ତ ୨୭ ଜଣ ଅନାଥ ଶିଶୁ ଓ ୭୫୯ ଜଣ ଯେଉଁମାନେ ପରିବାରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି ଙ୍କୁ ହରାଇଛନ୍ତି, ସର୍ବମୋଟ ୭୮୬ ଜଣ ଶିଶୁ ପ୍ରଥମ ପର୍ଯ୍ୟାୟ ସମାପ୍ତ ପରେ ଆଶୀର୍ବାଦ ଯୋଜନା ନିମନ୍ତେ ଚି଼ହ୍ନଟ ହୋଇଥିବା ବେଳେ ୭୮ ଟି ଦରଖାସ୍ତ ଏହି ଯୋଜନା ନିମନ୍ତେ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ଡ଼ି ସି ପି ଓ ସୂଚନା ପ୍ରଦାନ କରିଛନ୍ତି l ବୈଠକରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ପ୍ରାରମ୍ଭିକ ସୂଚନା ଦେବା ସହ ଆଶୀର୍ବାଦ ଯୋଜନାର ରୂପରେଖ ତଥା ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିଲେ l ଏକ୍ସନଏଡ଼ ଜିଲ୍ଲା ସଂଯୋଜକ (ପରାମର୍ଶଦାତା )ବାଲ୍ୟ ବିବାହ ଶ୍ରୀ ରାକେଶ ପ୍ରଧାନ ପି ପି ପି ଜରିଆରେ ଜିଲ୍ଲାରେ ବାଲ୍ୟ ବିବାହ ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ l ନିର୍ଦେଶକ ଚାଇଲଡ ଲାଇନ ଶ୍ରୀ ଅନଙ୍ଗ କୁମାର ନେଗୀ ଚାଇଲଡ ଲାଇନ ସମ୍ୱନ୍ଧରେ ବୈଠକରେ ବିଭିନ୍ନ କାର୍ୟକ୍ରମ ର ସୂଚନା ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ପି ଡ଼ି ଡ଼ି ଆର ଡ଼ି ଏ ଶ୍ରୀ ଡୋଳାମଣି ପଟେଲ, ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜେ ଜେ ପଟେଲ, ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ l ଶ୍ରୀ ବିଜୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଡ଼ି ଏସ ଡବ୍ଲୁ ଓ ଅନିତା ଗୁରୁ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ୍ୟ ଶ୍ରୀ ହିମାଂଶୁ ଭୂଷଣ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ସି ଏସ ଓ ପବିତ୍ର କୁମାର ସାହୁ, ଡ଼ି ପି ଓ ଇପ୍ସିତା ମିଶ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତ୍ୟା, ପ୍ରିନସିପାଲ ପୋଲିଟେକନିକ ଗୌର ହରି ସାହୁ, ତଥା ସମସ୍ତ ସି ଡି ପି ଓ ପ୍ରମୁଖ ଙ୍କ ସହ ଜିଲ୍ଲା ଚାଇଲଡ ଲାଇନର କର୍ମକର୍ତ୍ତା ଓ ଶିଶୁ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ପ୍ରଭୁତି ଯୋଗଦାନ କରିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଶ୍ୟାମା ପ୍ରସାଦ କନିଷ୍ଟ ମହାବିଦ୍ୟାଳୟ ରେ ବିଜୁଛାତ୍ର ଜନତା ଦଳ ଓ ସ୍ୱାମୀ ବିବେକାନନ୍ଦ ଯୁବ ସଂଘ ପକ୍ଷରୁ ମାସ୍କ ବଣ୍ଟନ

Tue Jul 27 , 2021
ପ୍ରଭାତ ସାହା(ମାଲକାନଗିରି)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ସ୍ଥିତ ଡ଼ ଶ୍ୟାମା ପ୍ରସାଦ କନିଷ୍ଟ ମହାବିଦ୍ୟାଳୟ ରେ ଗତ ସୋମବାର ଦିନ ମୋଟ ୮ ଜଣ ଛାତ୍ରଛାତ୍ରୀ କଲେଜ କୁ ଆସିଥିବା ବେଳେ ଆଜି ୪୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆସିଥିଲେ।କରୋନାର ଭୟ ଦେଶରେ ଲାଗିରହିଛି।କରୋନା ସଂକ୍ରମଣ ରୁ ଦୂରେଇ ରହିବା ପାଇଁ ମାସ୍କ ହେଉଛି ମୁଖ୍ୟ ଅସ୍ତ୍ର। ଏହି ପରିପେକ୍ଷିରେ ଆଜି କାଲିମେଳା ବ୍ଲକ […]

You May Like

Pin It on Pinterest