କଳାହାଣ୍ଡି ୧୦ ବର୍ଷର ଶିଶୁକୁ ନିର୍ମମ ଭାବେ ହତ୍ୟା…

ବାସ୍ତବବ୍ୟୁରୋ:(କଳାହାଣ୍ଡି)କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନ ଥୁଆମୂଳ ଭଟାଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୧୦ ବର୍ଷର ଶିଶୁକୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହି ଗ୍ରାମର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲକୁ ସେହି ଗ୍ରାମର ଜୟସିଂ ଜାନୀ (୪୨)ନାମକ ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଘଟଣା ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଛି । ଏଥିସହିତ ଘାସିରାମଙ୍କ ବଡପୁଅ ଦେବାନନ୍ଦକୁ ମଧ୍ୟ ଧନୁତୀରରେ ଆକ୍ରମଣ କରି ତାର ଗୋଡରେ ଆହତ କରିଛି ।

ପରେ ଗ୍ରାମର ବୃଦ୍ଧ ତାମା ଜାନୀକୁ ମଧ୍ୟ ଆକ୍ରମଣ କରିଥିବା ଯୋଗୁଁ ସେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ଆସିଛି । ଅଭିଯୋଗ ପରେ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି । ଘଟଣାର ସମ୍ପୁର୍ଣ୍ଣ ତଥ୍ୟ ପାଇଁ ଭବାନୀପାଟଣାରୁ ସାଇନ୍ଟିଫିକ୍ ଟିମ୍ ଭଟାଗୁଡା ଗ୍ରାମକୁ ପହଞ୍ଚି ତଦନ୍ତ କରିବେ ବୋଲି ଥାନା ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା କାଲି ହେବ ମାଟ୍ରିକ ପରୀକ୍ଷା,ମୋଟ୍ ୫୦୪ ସେଣ୍ଟରରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ଦେବେ ପରୀକ୍ଷା...

Thu Jul 29 , 2021
କଟକ:(ଦୀପକ୍ କୁମାର ବେଉରା) ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳା ଫଳ କୁ ନେଇ ବାଦବିବାଦ ଲାଗିରହଥିବା ବେଳେ ସରକାରଙ୍କ ତରଫରୁ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଅଛି । ଆସନ୍ତା କାଲି ହେବ ମ୍ୟାଟ୍ରିକ୍ ପରୀକ୍ଷା। ରାଜ୍ୟର ମୋଟ୍ ୫୦୪ ସେଣ୍ଟରରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା। ଏ ନେଇ ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। […]

You May Like

Pin It on Pinterest