ବାସ୍ତବ ବ୍ୟୁରୋ(ଭୁବନେଶ୍ୱର): ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ସୂଚନା ଅନୁସାରେ ବାଣୀବିହାରସ୍ଥିତ ସିଣ୍ଡିକେଟ୍ ହଲ୍ରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି।
ସୂତ୍ର ଅନୁସାରେ ଆଜି ସିଣ୍ଡିକେଟ୍ ହଲରେ ବୈଠକ ହୋଇଥିଲା। ବୈଠକ ଶେଷ ହେବାର ଅଳ୍ପ କିଛି ସମୟ ପରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି। ନିଆଁଲିଭା କାମ ଜାରି ରହିଥିବାରୁ କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ। ଅଗ୍ନିକାଣ୍ଡ କେମିତ ଘଟିଛି ଏହାର ପ୍ରକୃତ କାରଣ ଜଣାପଡ଼ି ନାହିଁ।




