
ଦେବାଶିଷ ମିଶ୍ର (କଟକ)କଟକ ଜିଲ୍ଲାପାଳଙ୍କ ଉଦ୍ଦଶ୍ୟରେ ଦାବୀପତ୍ର,ମୋଟର କର୍ମଚାରୀ ସଂଘ ତରଫରୁ କଟକ ଜିଲ୍ଲାପାଳଙ୍କ ଉଦ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରାଯାଇଛି । ପରିବହନ ଶ୍ରମିକ ମାନଙ୍କୁ ସରକାର କରୋନାରେ ଗାଡ଼ି ବନ୍ଦ ଥିବାରୁ ଆର୍ଥିକ ସହାୟତା ପ୍ରଦାନ ଏବଂ ଅନ୍ୟାନ୍ୟ ସମସ୍ୟା ସମନ୍ଧରେ ଏହି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଆଜି ସଂଘ ତରଫରୁ କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନେ ଏସପି ଅଫିସ୍ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ଦାବୀପତ୍ର ପ୍ରଦାନ କରିଥିଲେ ।
ଏହି ଶୋଭାଯାତ୍ରାରେ ସମ୍ପାଦକ ଶିଶୀର ଲେଙ୍କା,ଉପସଭାପତି ବଦ୍ରିନାରାୟଣ ଦାସ, ସହ ସମ୍ପାଦକ ଗଗନ ପରିଡ଼ା,ହିରାଲାଲ୍ ପଣ୍ଡା,କୋଷାଧ୍ୟକ୍ଷ ବିଭୂତି ଭୂଷଣ ରାଉତ,ରଘୁନାଥ ବାରିକ୍,ସୁବାଷ ଚନ୍ଦ୍ର ଜେନା,ପ୍ରତାପ ଚନ୍ଦ୍ର ମହାପାତ୍ର,ଜୟଦେବ ପ୍ରଧାନ,ଗୌରାଙ୍ଗ ଚରଣ ବେହେରା,ରାକେଶ ରାଉତ,ଉମେଶ ଶେଖର ଦଳାଇ ଉପସ୍ଥିତି ଥିଲେ ।



