ପାଣିରେ ବୁଡି ଶ୍ରମିକଙ୍କ ପ୍ରାଣହାନୀ…

ଚୌଦ୍ୱାର:(ଦୀପକ୍ କୁମାର ବେଉରା)ଟାଙ୍ଗୀ ଚୌଦ୍ବାର ବ୍ଲକ୍ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବୁଧବାର ଅପରାହ୍ନରେ ପାଣିରେ ବୁଡ଼ି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉଚ୍ଚପଦା ପଞ୍ଚାୟତ ତଥା ଟାଙ୍ଗୀଥାନା ଅନ୍ତର୍ଗତ ମଣିଆ ଗ୍ରାମର ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତ ଶ୍ରମିକ ଜଣକ ହେଲେ ସ୍ଥାନୀୟ ଶବରପଲ୍ଲୀର ଗ୍ରାମ ର ଅଶୋକ ଦେହୁରୀ ଓରଫ ବହ୍ଲା(୫୦) ।ଅଶୋକ ଶୌଚ ନିମନ୍ତେ ଗ୍ରାମ ନିକଟସ୍ଥ ପଥର ଖାଦାନକୁ ଯାଇଥିବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ ।

ଖବରପାଇ ଚୌଦ୍ୱାରରୁୁ ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟ ଖୋଜାଖୋଜି ପରେ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ । ଟାଙ୍ଗୀ ପୋଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ପଠାଇଛନ୍ତି । ମୃତ ଅଶୋକଙ୍କ ପତ୍ନୀ ଓ ୪ ଜଣ ନାବାଳକ ଶିଶୁ ବେସାହାରା ହୋଇଯିବା ସମଗ୍ର ଅଞ୍ଚଳରେ ଦୁଃଖ ର ଛାୟା ଖେଳିଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Aug 5 , 2021
 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୨୩୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୩୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୫୧୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୩୭୧୮ ଜଣ […]

You May Like

Pin It on Pinterest