
ଦୀପକ ସାହୁ(କଳାହାଣ୍ଡି)କୋକସରା ବ୍ଲକ ସାନପୋଡ଼ାଗୁଡା ପଞ୍ଚାୟତର ମଙ୍ଗଳପୁର ଗ୍ରାମକୁ ଯିବାପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ଅଲ୍ପ ବର୍ଷା ହେଲେ ରାସ୍ତା ଟି କାଦୁଅ ପଚପଚ ହୋଇପଡେ । ଗ୍ରାମବାସୀ ଅନେକ ବର୍ଷ ହେବ ପକ୍କା ରାସ୍ତା କରିବା ପାଇଁ ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ନେତା ମନ୍ତ୍ରୀ ଙ୍କୁ ଅଭିଯୋଗ କରିଛନ୍ତି ହେଲେ ଫଳ ଶୁନ। ପ୍ରତିବର୍ଷ ବର୍ଷା ଦିନ ଆସିଲେ ଦୁର୍ବିସହ ହୋଇପଡେ ମଙ୍ଗଳପୁର ଗ୍ରାମକୁ ଯାତାୟାତ।
କୌଣସି ଜରୁରୀ କାମରେ ବ୍ଲକ ସଦର ମହକୁମା କୁ ଯିବାକୁ ହେଉ ଅବା ସ୍ଵାସ୍ଥ୍ୟ ସେବା ପାଇଁ ମେଡ଼ିକାଲ କିମ୍ବା ପିଡ଼ିଏସ ସାମଗ୍ରୀ ପାଇଁ ପଞ୍ଚାୟତ ଅଫିସ କୁ ଯିବାପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀ । ଚଳିତ ବର୍ଷ ମଧ୍ୟ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡିଛି। ରାସ୍ତା ମରାମତି ପାଇଁ ପ୍ରଶାସନ ନ ଶୁଣିବାରୁ ଗାଁ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଛନ୍ତି ଯୁବଗୋଷ୍ଠୀ । ଗ୍ରାମର ଉଦ୍ୟମି ଯୁବକ ଶୁଭମ ନାଗ ଙ୍କ ନେତୃତ୍ୱରେ ଯୁବକ ମାନେ ରାସ୍ତା ରେ ମୋରମ ଦେଇ ରାସ୍ତା ମରାମତି କରି ଏକ ନିଆରା ଉଦାହରଣ ଦେଇଛନ୍ତି।



