ନିୟମିତ ଟ୍ରେନରେ ପ୍ରତୀକ୍ଷା ସୂଚୀ ଟିକେଟ ପାଇଁ ଚିନ୍ତା କରନ୍ତୁ ନାହିଁ – ସ୍ୱତନ୍ତ୍ର ଟ୍ରେନରେ ଟିକେଟ ବୁକ କରନ୍ତୁ :
• ଲୋକପ୍ରିୟ ମାର୍ଗ ମାନଙ୍କରେ ଟ୍ରେନ ବର୍ଥ ଉପଲବ୍ଧ ଅଛି I
• ହାଓଡ଼ା, ସିକନ୍ଦରାବାଦ, ବାଙ୍ଗାଲୋର, ଚେନ୍ନାଇ, ନୂଆଦିଲ୍ଲୀ, ଆହ୍ଲାବାଦ, ଓ ପାଟନା କୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି I
• ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ୨୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚାଲୁଛି I
• ପୂର୍ବତଟ ରେଳପଥ ପକ୍ଷରୁ ପୂଜା ସମୟରେ ୫ଲକ୍ଷରୁ ଅଧିକ ବର୍ଥ ଉପଲବ୍ଧ କରାଯାଇଅଛି I
ପାର୍ବଣ ସମୟରେ ଭାରତୀୟ ରେଳବାଇରେ ମାତ୍ରାଧିକ ଟ୍ରେନ ଟିକେଟ ବୁକିଂ କରାଯାଇଅଛି I ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ ସବୁ ଚଳାଚଳ କରାଯାଉଅଛି I ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପାସେଞ୍ଜର ପ୍ରୋଫାଇଲ ମ୍ୟାନେଜମେଣ୍ଟ ୟୁନିଟ ଟ୍ରେନ ଭିଡ଼ପ୍ରତି ନିୟମିତ ଦୃଷ୍ଟିରଖି ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରୁଅଛି I ଏଥିପାଇଁ ଭାରତୀୟ ରେଳପଥରେ ଯାତ୍ରୀଭିଡା ହେଉଥିବା ମାର୍ଗ ଗୁଡିକରେ ଅଧିକ ସଂଖ୍ୟକ ଟ୍ରେନ ଚଳାଚଳ ପାଇଁ ସ୍ୱତନ୍ତ୍ର ଟ୍ରେନ ଗୁଡିକର ବ୍ୟବସ୍ଥା କରାଯାଇଅଛି I
ହାଓଡ଼ା ଦିଗକୁ ସ୍ୱତନ୍ତ୍ର ଟ୍ରେନ :
କଲିକତାକୁ ଯାତ୍ରାକରିବାକୁ ଯୋଜନା କରୁଥିବା ଯାତ୍ରୀମାନେ ସେମାନଙ୍କର ସୁବିଧାପାଇଁ ଅଥବା କାନଫର୍ମ ବର୍ଥ ପାଇଁ ସ୍ୱତନ୍ତ୍ର ଟ୍ରେନ ଗୁଡିକର ସେବାକୁ ଉପଲବ୍ଧ କରିପାରିବେ I ଦୁଇଟି ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ହାଓଡ଼ା ନିକଟସ୍ଥ ସଂତ୍ରାଗାଛି/ଶାଲୀମାରକୁ ଯାତ୍ରାକରୁଅଛି I
ଦକ୍ଷିଣ ଭାରତକୁ ସ୍ୱତନ୍ତ୍ର ଟ୍ରେନ :
ଦକ୍ଷିଣ ଭାରତକୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ଭୁବନେଶ୍ୱର-ସିକନ୍ଦରାବାଦ ସାପ୍ତାହିକ ଓ ଦ୍ବୀସାପ୍ତାହିକ ଟ୍ରେନ ଦ୍ଵୟର ସୁବିଧା ନେଇପାରିବେ I ସେହିଭଳି ବିଶାଖାପାଟଣାରୁ ସିକନ୍ଦରାବାଦ, ସମ୍ବଲପୁରରୁ-ବନସୱାଡି (ବାଙ୍ଗାଲୋର) ବିଶାଖାପାଟଣାଠାରୁ ତିରୁପତି, ଶ୍ରୀକାକୁଲମରୁ କଚେଗୁଡା (ସିକନ୍ଦରାବାଦ), ବିଶାଖାପାଟଣାରୁ ଆରକୁକୁ ସ୍ୱତନ୍ତ୍ର ଟ୍ରେନ ସବୁ ଚଳାଚଳ କରୁଅଛି I
ଉତ୍ତର ଭାରତକୁ ସ୍ୱତନ୍ତ୍ର ଟ୍ରେନ :
ନୂଆଦିଲ୍ଲୀ କିମ୍ବା ଉତ୍ତର ଭାରତକୁ ଯାତ୍ରାକରିବାକୁ ଥିବା ଯାତ୍ରୀମାନେ ଭୁବନେଶ୍ୱରରୁ ଆନନ୍ଦ ବିହାର (ଦିଲ୍ଲୀ) ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନର ସୁବିଧା ନେଇପାରିବେ I ଆହ୍ଲାବାଦ ଯିବାପାଇଁ ଭୁବନେଶ୍ୱର, କଟକ ଓ ଭଦ୍ରକ ମାର୍ଗ ଦେଇ ବିଶାଖାପାଟଣାରୁ ଆହ୍ଲାବାଦକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି I
ଏହା ବ୍ୟତୀତ, ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀମାନେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ସଂତ୍ରାଗାଛି, ଚେନ୍ନାଇ, କଚେଗୁଡା ଓ ଟାଟାକୁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ମାନଙ୍କରେ ଯାଇପାରିବେ I
ବିହାରର ପାଟନା ଓ ଭଗଲପୁର କୁ ସ୍ୱତନ୍ତ୍ର ଟ୍ରେନ :
୦୮୪୨୩/୧୮୪୨୪ ପୁରୀ-ପାଟନା-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ଅକ୍ଟୋବର ୨୬ ଓ ନଭେମ୍ବର ୨ ତାରିଖ (ଶନିବାର) ପୂର୍ବାହ୍ନ ୯ଘ.୨୫ମି.ରେ ଛାଡି ପାଟନା ଠାରେ ତା ପରଦିନ ସକାଳ ୬ଘ.୧୫ମି.ରେ ପହଞ୍ଚିବ I ଫେରିବା ପଥରେ ଏହି ଟ୍ରେନ ପାଟନା ଠାରୁ ଅକ୍ଟୋବର ୨୭ ଓ ନଭେମ୍ବର ୩ ତାରିଖ ଅପରାହ୍ନ ୧ଘ.୪୫ମି.ରେ ଛାଡି ପୁରୀ ଠାରେ ତା ପରଦିନ ପୂର୍ବାହ୍ନ ୯ଘ.୪୫ମି.ରେ ପହଞ୍ଚିବ I
୦୮୪୨୫/୧୮୪୨୬ ପୁରୀ-ଭାଗଲପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ଅକ୍ଟୋବର ୩୦ ଓ ନଭେମ୍ବର ୬ ତାରିଖ (ବୁଧବାର) ପୂର୍ବାହ୍ନ ୧୦ଘ.୩୦ମି.ରେ ଛାଡି ଭାଗଲପୁର ଠାରେ ତା ପରଦିନ ସକାଳ ୭ଘଟିକାରେ ପହଞ୍ଚିବ I ଫେରିବା ପଥରେ ଏହି ଟ୍ରେନ ଭାଗଲପୁର ଠାରୁ ଅକ୍ଟୋବର ୩୧ ଓ ନଭେମ୍ବର ୭ ତାରିଖ ସକାଳ ୮ଘ.୩୦ମି.ରେ ଛାଡି ପୁରୀ ଠାରେ ତା ପରଦିନ ସକାଳ ୬ଘ.୪୫ମି.ରେ ପହଞ୍ଚିବ I ଏହି ଟ୍ରେନ ଦ୍ୱୟରେ ପ୍ରତ୍ୟକରେ ୯ଟି ସ୍ଲିପର କ୍ଲାସ, ୫ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ୨ଟି ଗାର୍ଡ ତଥା ଲଗେଜ ଭ୍ୟାନ୍ରୁ ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ପାଟନା/ଭାଗଲପୁର ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I
ବର୍ଥ ଉପଲବ୍ଧ ଅଛି – ସ୍ୱତନ୍ତ୍ର ଟ୍ରେନ ସମ୍ପର୍କରେ କିପରି ଜାଣିବେ :
ପାର୍ବଣ ସମୟରେ ଯାତ୍ରୀଭିଡା ଯୋଗୁଁ ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନର ସୁବିଧା ନେବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଅଛି I ଏହି ସ୍ୱତନ୍ତ୍ର ଟ୍ରେନ ଗୁଡିକର ନମ୍ବର ମୂଳରୁ “୦”(ସୁନ) କିମ୍ବା “୮” (ଆଠ) ରୁ ଆରମ୍ଭ ହେଉଅଛି I ଅନଲାଇନ ଟିକେଟ କରୁଥିବା ଯାତ୍ରୀମାନେ ନାସନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମ (ଏନଟିଇଏସ) ମାଧ୍ୟମରେ ଜାଣିପାରିବେ ଏବଂ କାଉଂଟରରୁ ଟିକେଟ କ୍ରୟ କରିବାକୁ ଥିବା ଯାତ୍ରୀମାନେ ଇନକ୍ୱାରୀ କାଉଂଟରରୁ ଅନୁସନ୍ଧାନ କରିପାରିବେ I
ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ବର୍ଥ ଉପଲବ୍ଧ ଅଛି I ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଓ ନିୟମିତ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ ଦ୍ୱାରା ପ୍ରାୟ ପାଞ୍ଚ ଲକ୍ଷ ବର୍ଥ ସୃଷ୍ଟି କରିପାରିଛି I ଅନଲାଇନ ଟିକେଟ କରୁଥିବା ଯାତ୍ରୀମାନେ ଆଇଆରସିଟିସି ୱେବସାଇଟ ମଧ୍ୟମରେ ଟିକେଟ ବୁକ କରିପାରିବେ I ମୋବାଇଲ ଆପ ମାଧ୍ୟମରେ ମଧ୍ୟ ଟିକେଟ ବୁକ କରାଯାଇ ପାରିବ I ଯାତ୍ରୀମାନେ ମଧ୍ୟ ନିକଟସ୍ଥ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟରରୁ ମଧ୍ୟ ଟିକେଟ କ୍ରୟ କରିପାରିବେ I
ପୂର୍ବତଟ ରେଳପଥ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ସମ୍ବନ୍ଧରେ ବିଭିନ୍ନ ଗଣମାଧ୍ୟମରେ କିଛି ଦିନ ପୂର୍ବରୁ ବିଜ୍ଞାପନ ପ୍ରକାଶ କରିସାରିଛି I ଯାତ୍ରୀମାନେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ସମ୍ବନ୍ଧରେ ପୂର୍ବତଟ ରେଳପଥ ଫେସବୁକ ଆକାଉଣ୍ଟ @EASTCOASTRailway କିମ୍ବା ଟୁଇଟର ଆକାଉଣ୍ଟ @eastcoastrail ରୁ ଜାଣିପାରିବେ ବୋଲି ପୂର୍ବତଟ ରେଳପଥ ପ୍ରକାଶ କରିଛି I
ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଆଯିହିଁ ଡାଉନ୍ ଲୋଡ୍ କରନ୍ତୁ…bastabtv APP ଆପଣଙ୍କ ସ୍ମାର୍ଟ ଫୋନ୍ ର ପ୍ଲେଷ୍ଟୋର ରୁ