ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଜାତିଆଣ ଆକ୍ଷେପ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ

ସମ୍ବଲପୁର:(ନନ୍ଦିନୀ ପ୍ରଧାନ)ସମ୍ବଲପୁର ଠାରେ ହରିଜନ ମାନଙ୍କୁ ଜାତିଆଣ ଆକ୍ଷେପ କରିଥିବା ବ୍ୟକ୍ତି ଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ଜନ ଆନ୍ଦୋଳନ କରିବାକୁ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ପରିଷଦ ଅଭିଯୋଗ କରିଛି ଯେ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ର ପୁର୍ବତନ ଅଧ୍ୟକ୍ଷ ଜୟବ୍ରତ ଦେ ଜିଲ୍ଲାର ହରିଜନ ମାନଙ୍କ ବିଷୟରେ ଜାତିଆଣ ଆକ୍ଷେପ କରିଥିବାରୁ ତାଙ୍କ ବିରୋଧରେ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଯଦିପୋଲିସ ୪୮ ଘଣ୍ଟା ଭିତରେ ଜୟବ୍ରତ ଦେ ଙ୍କୁ ଗିରଫ ନକଲେ କ୍ଷେତରରାଜପୁର ପୋଲିସ ଷ୍ଠେସନ ସହ ଏସପି ଅପିସ ବାହାରେ ଜନ ଆନ୍ଦୋଳନ କରାଯିବ ବୋଳି ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂ ଆଜି ଚେତାବନୀ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ବଡ଼ ମେଡ଼ିକାଲରେ ବିନା ଅସ୍ତ୍ରୋପଚାରରେ ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ଜଣେ ମହିଳା...

Sun Aug 8 , 2021
କଟକ:(ଦୀପକ୍ କୁମାର ବେଉରା) ଭାରତୀୟ ଚିକିତ୍ସା ଇତିହାସରେ ବିରଳ ଘଟଣା । ଏକାସାଙ୍ଗରେ ଜନ୍ମ ନେଇଛନ୍ତି ୪ ଶିଶୁ । ଆଉ ସବୁଠୁ ବଡ କଥା ହେଉଛି କୌଣସି ଅସ୍ତ୍ରୋପଚାର ପରିବର୍ତ୍ତେ ୪ ଜଣ ଶିଶୁଙ୍କର ହୋଇଛି ସ୍ବାଭାବିକ ପ୍ରସବ । କଟକ ବଡ଼ ମେଡିକାଲରେ ଜଣେ ଗର୍ଭବତୀ ମହିଳା ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରସୂତିଙ୍କର […]

You May Like

Pin It on Pinterest