
ନନ୍ଦିନ ପ୍ରଧାନ(ସମ୍ବଲପୁର)ସମ୍ବଲପୁରରେ ବଡ ଧରଣର ନକଲି ନୋଟ ରାକେଟର ପର୍ଦାଫାଶ | ୧୩ ଲକ୍ଷ ୮୫ ହଜାର ଟଂକାର ନକଲି ନୋଟ ଜବତ କରିଛି ସମ୍ବଲପୁର ପୋଲିସ | ତେବେ ଏହି ନକଲି ନୋଟ ଜବତ ଘଟଣାରେେ ବରଗଡ ଓ ଛତିଶଗଡର ୬ଜଣଙ୍କୁ ଗିରଫ କରିବା ସହ ନକଲି ନୋଟ ଛପାଯାଉଥିବା ମେସିନ ଜବତ କରିଛି ସମ୍ବଲପୁର ପୋଲିସ |
ଗିରଫ ଅଭିଯୁକ୍ତମାନେ ହେଲେ ବରଗଡର ଭଟଲି ଗୋପାଲପୁରର ସାଗର ସାହା, ଅଶୋକ ସାହୁ, ବରଗଡ ଅମ୍ବାଭୋନାର ଶିବ ଶଙ୍କର ବନିଆ, ଅମ୍ବାଭୋନା କାଶିପାଲିର ଗୁଣନିଧି ଭୋଇ, ଛତିଶଗଡ ରାୟଗଡ କୋଶିର ସତ୍ଯନାରାୟଣ ନିରାଲୀ, ଅଭିରାମ ଝାଙ୍ଗଡେ | ତେବେ ଏହାର ଲିଙ୍କ ଅନ୍ତରାଜ୍ଯ ରହିଥିବାବେଳେ ଏସବୁ ପଇସା ଚାଲାଣ ହେଉଥିଲା | ଏହି ଜବତ ୧୩ଲକ୍ଷ ମଧ୍ଯରେ ୮୫ ହଜାର ମଧ୍ୟରେ ୨ହଜରା ଟଂକିଆ ନୋଟ , ୫୦୦ ଟଂକିଆ , ୧୦୦ ଟଂକିଆ ନୋଟ ରହିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ସୂଚନା ଦେଇଛନ୍ତି ଏସପି | ଏମାନଙ୍କଠାରୁ ଗୋଟିଏ ମଟର ସାଇକେଲ, ଧଳା ପେପର ବଣ୍ଡଲ, କଟର ମେସିନ, ପ୍ରିଣ୍ଟର ଓ ହ୍ବାଇଟନର୍ ଜବତ ହୋଇଛି |