କମ୍ୟୁନିଷ୍ଟ ପାର୍ଟି ତରଫରୁ କ୍ରାନ୍ତି ଦିବସ ପାଳନ ଓ ଚାନ୍ଦବାଲି ତହସିଲଦାର ଙ୍କ ମାଧ୍ୟମରେ ରାଜ୍ୟ ପାଳଙ୍କୁ ଦାବିପତ୍ର ପ୍ରଦାନ…

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଆଙ୍କର-ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚାନ୍ଦବାଲି ଜୋନ କମିଟି ତରଫରୁ ଆଜି କ୍ରାନ୍ତି ଦିବସ ପାଳନ କରାଯାଇଛି ଉକ୍ତ କାର୍ଯ୍ୟକ୍ରମରେ ସିପିଆଇ ର ରାଜ୍ୟ ପରିଷଦ ସଭ୍ୟ ଆଇନଜୀବୀ ଉପେନ୍ଦ୍ର ରାଉଳ ଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନ ପ୍ରତ୍ୟାହାର, ସାଧାରଣ ଖାଉଟି ଦ୍ରବ୍ୟ ର ଦରଦାମ ନିୟନ୍ତ୍ରଣ ,ସମସ୍ତ କୃଷି ଯାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ପାଇଁ ଦାବି କରାଯାଇଅଛି |

ଶତାବ୍ଦୀକ କୃଷକ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ଚାନ୍ଦବାଲି ସହର ପରିକ୍ରମା କରି ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କୃଷକ ନେତା ମୁରଲିଧର ପରିଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା |ଏହି ସଭାରେ ବରିଷ୍ଠ କୃଷକ ନେତା ବଳରାମ ମିଶ୍ର ,ଯୁବନେତା ଦେବହରୀ ରାଉଳ, ଭାଗୀରଥି ରାଉଳ, ସୁବାସ ନାୟକ, ଯୟପ୍ରକାଶ ମହାନ୍ତି, ଅମରେଶ ସାମଲ, ଛାତ୍ର ନେତା କାହ୍ନୁ ଚରଣ ପରିଡା, ଆଦି ଜିଲ୍ଲାରେ ଚାଲିଥିବା କୃଷକ ଆନ୍ଦୋଳନ ପ୍ରତି ନୈତିକ ସମର୍ଥନ ଜଣାଇ, ଆଗାମୀ ଦିନରେ କେନ୍ଦ୍ର ସରକାର କୃଷକ ମାରଣନିତି ପ୍ରତ୍ଯାହାର ନକଲେ ଗାଦିରୁ ହଟାଯିବ ବୋଲି ଅଗଷ୍ଟ କ୍ରାନ୍ତି ଦିବସ ରେ ସମସ୍ତ କୃଷକ,ଶ୍ରମିକ,ଛାତ୍ର ଶପଥ,ନେବାକୁ ଆହ୍ବାନ ଦେଇଛନ୍ତ | ଶେଷରେ ଏକ ପାଞ୍ଚ ଜଣିଆ କୃଷକ ଦଳ ଅତିରିକ୍ତ ତହସିଲଦାର ଙ୍କୁ ଭେଟି ରାଜ୍ଯ ପାଳଙ୍କ ଉଦେଶ୍ୟ ରେ ଏକ ସ୍ମାରକୀ ପତ୍ର ପ୍ରଦାନ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦେପୁର୍ ଓ ବଡକୁଟୁର୍ ଠାରେ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପଣ କଲେ ବିଧାୟକ ମହୌଷଧି ବାଗ...

Tue Aug 10 , 2021
ଦୀପକ କୁମାର ସାହୁ(କଲମପୁର)ଘରେ ଘରେ ଜଳ ଯୋଗାଣ ପାଇଁ,ଦୀର୍ଘ ଦିନ ଧରି ଜନସାଧାରଣ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ପାଖରେ ଦାବୀ କରିଆସୁଥିଲେ। ତେବେ ଏହାକୁ ଗୁରୁତ୍ୱ ଦେଇ ବିଭାଗ ତଥା ବିଧାୟକଙ୍କ ପ୍ରଚେଷ୍ଟାରେ ଦେପୁର ଏବଂ ବଡ଼କୁଟୁରୁ ଗ୍ରାମପଂଚାୟତ ରେ ଚାରି କୋଟିରୁ ଉର୍ଦ୍ଧ୍ବ ଅର୍ଥ ବ୍ୟୟ ଅଟକଳରେ ୨ ଟି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରି ପାଖାପାଖି ଦଶ ହଜାର ଲୋକଙ୍କୁ ପାଣି […]

You May Like

Pin It on Pinterest