ବାସ୍ତବ ବ୍ୟୁରୋ-ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଗୋର୍ଲା ପଂଚାୟତ ଅନ୍ତର୍ଗତ କୁସୁମଖୁଣ୍ଟ। ଗ୍ରାମରେ ଓଡ଼ିଶାର ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ ଅଗ୍ରଗମୀ ପକ୍ଷରୁ ପରିବେଶ ଭିତିକ ଚାଷ ଉପରେ ଗ୍ରାମର ଉଭୟ ପୁରୁଷ ଓ ମହିଳା ଚାଷୀମନଙ୍କୁ ନେଇ ଏକ ଗବେଷଣାତ୍ମକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପଂଚାୟତର ଚାଷୀମାନଙ୍କ ସହିତ ଆଲୋଚନା ବେଳେ ଜଣାପଡିଥିଲା ଏକ ଅଜଣା ରୋଗରେ ସେମାନଂକ ଧାନ ଗଛ ଗୁଡିକ ଜଳି ଯାଇଛି। ଅନୁସନ୍ଧାନରୁ ଜଣାପଡ଼ିଲା ସେମାନେ କୌଣସି ରାସାୟନିକ ସାର ମଧ୍ୟ ବ୍ୟବହାର କରନ୍ତିନାହିଁ। ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଗ୍ରଗମୀର ନିର୍ଦେଶକ ଅଚ୍ୟୁତ ଦାସ, ସହ ନିର୍ଦେଶକ ଶ୍ରୀମତୀ ବିଦ୍ୟା ଦାସ ଓ ଅନୁଷ୍ଠାନର ବାରିଷ୍ଠ ଉପଦେଷ୍ଟା ମହେନ୍ଦ୍ର ନାଥ କ୍ଷତି ହୋଇଥିବା ଚାଷ ଜମି ବୁଲିଦେଖିଥିଲେ। ଅଚ୍ୟୁତ ଦାସ ରୋଗର ନିରାକରଣ ପାଇଁ ଉପରିସ୍ଥ ସରକାରୀ ସ୍ଥାରରେ ଖବର ପହଞ୍ଚାଇ ଯାହା କିଛି ହୋଇପାରିବ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ ଗ୍ରାମବାସୀଙ୍କ ସହ ଆଲୋଚନା ରୁ ଜଣା ପଡିଥିଲାଯେ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ପଦକ୍ଷପ ନିଆଯାଇ ନାହିଁ । କେନ୍ଦ୍ର ତଥା ରାଜ୍ୟ ସରକାର କୃଷି ଓ କୃଷକ
ପାଇଁ ଯୋଜନାର ଫର୍ଦ୍ଦ ଲମ୍ବାଇ ଚାଲିଥିବା ବେଳେ ,ଆଗାମୀ ଦିନରେ
ଆଜିର ଏ ପରିସ୍ଥିତି କାଲି ଚାଷୀ ଆତ୍ମତ୍ୟାର କାରଣ ହେବନିତ ?

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଆଯିହିଁ ଡାଉନ୍ ଲୋଡ୍ କରନ୍ତୁ…bastabtv APP ଆପଣଙ୍କ ସ୍ମାର୍ଟ ଫୋନ୍ ର ପ୍ଲେଷ୍ଟୋର ରୁ



