କାଲିଠାରୁ ଖୋଲିବ କାଳିଆ ଦୁଆର ଭକ୍ତ ଭଗବାନଙ୍କ ମଧ୍ୟରୁ ଉଠିବ ପାଚେରୀ….

ପ୍ରଭାତ ସାହୁ(ସାକ୍ଷୀଗୋପାଳ)କାଲିଠାରୁ ଖୋଲିବ କାଳିଆ ଦୁଆର,କରୋନା ମହାମାରୀର ହା ହା କର ଭିତରେ,କାଳିଆବି ନିରବି ଯାଇଥିଲା | ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡିଥିଲା ଦୁଆର |କାଲିଠାରୁ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୂଆ SOP ଜାରି କରିଛି । ପୁରୀବାସୀ କାଳିଆ ଦର୍ଶନ କରିବା ନିମନ୍ତେ,ନୂଆ ଏସ୍ଓପି ଅନୁଯାୟୀ, ଆଧାର କାର୍ଡ ଦେଖାଇ ପ୍ରବେଶ ବ୍ୟବସ୍ଥା ହୋଇଥିବା ବେଳେ, ବାହାର ଲୋକଙ୍କ ପାଇଁ ଆରଟିପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି।

ଆସନ୍ତା କାଲିଠାରୁ ୨ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ଦୁଇ ଦିନଯେ କୌଣସି ଦ୍ୱାର ଦେଇ ନିଜ ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ,କେବଳ ସେବାୟତ ପରିବାର ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ।ପୁରୀ ବାସିନ୍ଦାଙ୍କ ପାଇଁ ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ୨୩ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ କିମ୍ବା ଭୋଟ ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ସର୍ବସାଧାରଣ ଭକ୍ତଙ୍କ ପାଇଁ ୨୩ ତାରିଖଠାରୁ ଆରମ୍ଭ ହେଉଥିବା ଦର୍ଶନ ପାଇଁ ୯୬ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ଦୁଇଟି ଡୋଜ ଟିକା ନେଇଥିବାର ପ୍ରମାଣ ପତ୍ର ଦେଖାଇ ପ୍ରବେଶ କରିପାରିବେ। ପୂର୍ବରୁ ଥିବା ଏସଓପିର ସମସ୍ତ ନିୟମାବଳୀକୁ ଅନୁକରଣ କରାଯିବ।

ଶ୍ରୀମନ୍ଦିର ପରିସରରେ ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେ ନାହିଁ । ମହାପ୍ରସାଦ ବାହାରକୁ ନେଇ ସେବନ କରିପାରିବେ । ଭକ୍ତଙ୍କୁ ଯାଞ୍ଚ କରିବା ପାଇଁ କିଓସ୍କୋ ବ୍ୟବସ୍ଥା କରାଯାଇ ଶ୍ରୀମନ୍ଦିରକୁ ପ୍ରବେଶର ସୁଯୋଗ ଦିଆଯିବ । ଭକ୍ତମାନେ ସିଂହ ଦ୍ୱାରରେ ପ୍ରବେଶ କରିବେ ଏବଂ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ଦଳିତ ସମାଜ ଉପରେ ହେଉଥିବା ଆକ୍ରମଣ ପ୍ରତିବାଦରେ କଟକ ବିଜେପିଅନୁସୂଚିତ ଜାତି ମୋର୍ଚାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Wed Aug 11 , 2021
କଟକ ଦେବାଶିଷ ମିଶ୍ର(କଟକ) କଟକ ଜିଲ୍ଲା ଭାଜପା ତରଫରୁ କଟକନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ,ବିଜୁ ଜନତା ଦଳ ନେତା ଓ କର୍ମୀଙ୍କ ଦ୍ୱାରା ସଦ୍ୟ କେନ୍ଦ୍ରାପଡାର ବାଳକାଟିରେ ନବଘନ ମଲ୍ଲିକ ଙ୍କ ପରିବାର ଓ ଜଗତସିଂହପୁର ର ନାଉଗାଁରେ ଦଳିତ ମହିଳାଙ୍କ ଉପରେ ରାତି ଅଧରେ ହୋଇଥିବା ବର୍ବର ଆକ୍ରମଣ ଓ ଅତ୍ୟାଚାର ରେ ବିରୁଦ୍ଧରେ ଶାସକ ଓ ପୋଲିସ କର୍ଣ୍ଣପାତ ନକରିବା ବିରୁଦ୍ଧରେ କଟକ […]

You May Like

Pin It on Pinterest