
କଟକ:(ଦୀପକ୍ କୁମାର ବେଉରା) ଏସି ଲୁଟେରାଙ୍କୁ ଧରିବାରେ ସଫଳ ହେଇଛି ଦରଘା ବଜାର ପୋଲିସ । ଲକଡାଉନ୍ ସମୟରେ ଗୋଦାମରୁ ଚୋରି ହୋଇଥିବା ଏସି ଜବତ କରିଛି ପୋଲିସ । ଏଥିସହ ମାମଲାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛନ୍ତି ।୧୯ଟି ଦାମିକିଆ ଏସି ଜବତ ସହ ୩ ଜଣଙ୍କୁ ଗିରଫ କରିଛି ଦରଘା ବଜାର ପୋଲିସ । କଟକ ଏକ ଏସି ଗୋଦାମରୁ ଗୋଦାମର ଜଣେ କର୍ମଚାରୀ ବିକ୍ରମ ପ୍ରଧାନ ଡୁପ୍ଲିକେଟ୍ ଚାବି କରି ଗୋଟିଏ ପରେ ଗୋଟିଏ ଏସି ଲୁଟୁଥିଲା ।
ଏତଲା ପରେ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଲୁଟ ହୋଇଥିବା ଏସି ଜବତ ସହ ସମ୍ପୃକ୍ତ କର୍ମଚାରୀ ଓ ଅନ୍ୟ ଦୁଇ ଜଣ ଚାଉଳିଆଗଞ୍ଜ ଥାନା ଅଂଚଳର ସଂଜୟ କୁମାର ପରିଡ଼ା ଓ ସତ୍ୟଜିତ ପଣ୍ଡାଙ୍କୁ ଗିରଫ କରିଛି ଦରଘା ବଜାର ଥାନା ପୋଲିସ । ଗିରଫ ସମସ୍ତ ଅଭିଯୁଙ୍କୁ କୋର୍ଟଚାଲାଣ କରାଯାଇ ଥିବାବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ କରୁଛି ବୋଲି ଜୋନ୍ ଏସିପି ଶେଖ୍ ସରିଫଉଦ୍ଦିନ ସୂଚନା ଦେଇଛନ୍ତି