ଆସନ୍ତା ୨୩ରେ ଖୋଲିବ ବାବା ଆଖଣ୍ଡଳମଣୀଙ୍କ ମନ୍ଦିର ଯାଣନ୍ତୁ କେଉଁ ମାନଙ୍କୁ ମନ୍ଦିର ମନା…

  • ୨୩ରେ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର।
  • ପ୍ରତି ଶନିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
  • କୋଭିଡ-୧୯ ନିୟମ ଅନୁଯାୟୀ ୧୦ବର୍ଷରୁ କମ୍ ୬୫ବର୍ଷରୁ ଉର୍ଦ୍ଧ ବ୍ଯକ୍ତିଙ୍କୁ ମନ୍ଦିର ମଧ୍ଯକୁ ପ୍ରବେଶ ମନା।
  • ଶ୍ରଦ୍ଧାଳୁଙ୍କ ଭୋଗଡାଲା ଓ ପୂଜାର୍ଚ୍ଚନା ଉପରେ ବଳବତ୍ତର ରହିବ କଟକଣା।
  • ସକାଳ ୬ଟା ରୁ ସଂଧ୍ଯା ୮ଟା ଯାଏଁ ଦର୍ଶନ

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ଦିର୍ଘ ୪ମାସ ପରେ ଅର୍ଥାତ ଆସନ୍ତା ୨୩ରେ କୋଭିଡ କଟକଣା ମଧ୍ଯରେ ଖୋଲିବ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏଥିପାଇଁ ସ୍ବତନ୍ତ୍ର ଏସ ଓପି ଜାରି କରିଛନ୍ତି ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ।

ମନ୍ଦିରର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ସେହିପରି କୋଭିଡ-୧୯ ର ନିୟମ ଅନୁଯାୟୀ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ଯକ୍ତିଙ୍କୁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇଛି ଜିଲା ପ୍ରଶାସନ। ଦର୍ଶନ ନିମନ୍ତେ ସକାଳ ୬ଟାରୁ ସଂଧ୍ଯା ୮ଟା ଯାଏଁ ମନ୍ଦିର ଖୋଲା ରହିବ। ଭକ୍ତ ସେବାୟତମାନେ ମାକ୍ସ ବ୍ଯବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ।

ତାହାସହ ଭକ୍ତମାନେ କେବଳ ବାବାଙ୍କୁ ଦର୍ଶନ କରିବେ। ଭୋଗଡାଲା , ଫୁଲ, ବେଲ୍ବପତ୍ର ଆଦି ଭକ୍ତମାନେ ନେଇ ପାରିବେ ନାହିଁ। ଏଥିସହ ପାର୍ଶ୍ବଦେବାଦେବୀଙ୍କୁ ଶ୍ପର୍ଷ କରିପାରିବେ ନାହିଁ । ମଣିବାବାଙ୍କ ନୀତିକାନ୍ତି ପୂର୍ବପରି ସେବାୟତଙ୍କ ଦ୍ବାରା ସମ୍ପନ୍ନ କରାଯିବ। ମନ୍ଦିର ମଧ୍ଯରେ ବିବାହ, ମେଳା ଆଦି ପୂଜାର୍ଚ୍ଚନା ଉପରେ ପୂର୍ବପରି କଟକଣା ବଳବତ୍ତର ରହିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Aug 20 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୨୩ କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୯୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୫୭୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୨୩୧୯ […]

You May Like

Pin It on Pinterest