ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଵ…

ଦୀପକ ସାହୁ(କଳାହାଣ୍ଡି) କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି କୋକସରା ବ୍ଲକ ଆମପାଣିରେ ପହଞ୍ଚିବାପରେ ଦଳୀୟ କର୍ମୀ ଓ ନେତାମାନେ ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ।

ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଞ୍ଚଳର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଦେବଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ। ଏହାପରେ ମନ୍ତ୍ରୀ ବୈଷ୍ଣବ ଜନ ଆଶ୍ରିବାଦ ଯାତ୍ରାରେ ଯୋଗଦେଇ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇ ଥିଲେ।

କଳାହାଣ୍ଡି ରେ ଏକ ରେଳ କାରଖାନା କରିବାକୁ କଳାହାଣ୍ଡି ସାଂସଦ ପ୍ରସ୍ତାବ ରଖି ଆସିଛନ୍ତି ଓ ପ୍ରସ୍ତାବିତ ଜୁନାଗଡ ଠାରୁ ଆମ୍ବାଗୁଡା ରେଳ ଲାଇନ ପ୍ରକଳ୍ପ କୁ କାର୍ଯ୍ୟକାରୀ କରିବା ପାଇଁ ସେ କେନ୍ଦ୍ର ରେଳ ବଜେଟରେ ପ୍ରସ୍ତାବ ରଖିବା ସହ କଳାହାଣ୍ଡି ରେ ରେଳ ପ୍ରକଳ୍ପ ର ବିକାଶ ପାଇଁ ଆଗାମୀ ଦିନ ରେ ଚେଷ୍ଟା ଜାରୀରହିବ ବୋଳି କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କହିଛନ୍ତି।

ସେଠାରୁ ଜନ ଆଶ୍ରିବାଦ ଯାତ୍ରାରେ ବାହାରିଥିବା ବେଳେ କାଉଡୋଳା ଠାରେ ମଧ୍ୟ ମନ୍ତ୍ରୀ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ରେଳମନ୍ତ୍ରୀ କୋକସରା ବ୍ଲକ ସଦର ମହକୁମା ବସଷ୍ଟାଣ୍ଡ ନିକଟରେ ଜନ ଆଶ୍ରିବାଦ ଯାତ୍ରା ର ଉଦ୍ଦେଶ୍ୟ ବିଷୟରେ ସାଧାରଣ ଜନତା କୁ ମତ ରଖିଥିଲେ।

କୋକସରା ଠାରେ ରେଲୱେ ଏକ୍ସନ କମିଟି ପକ୍ଷରୁ ଜୁନାଗଡ ରୁ ଆମ୍ବାଗୁଡା ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବିପତ୍ର ଦେଇଛନ୍ତି। ସେହିପରି କୋକସରା ଓବିସି ଫୋରମ ପକ୍ଷରୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି ବର୍ଗ ଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଫୋରମ ର କର୍ମକର୍ତ୍ତା ମାନେ ଦାବିପତ୍ର ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚୌଦ୍ୱାରରେ ବରିଷ୍ଠ ନାଗରିକ ଙ୍କ ପାଇଁ ଶୌଚାଳୟ...

Sat Aug 21 , 2021
ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଚୌଦ୍ୱାର ରେ ଥିବା ଇମ୍ଫା କମ୍ପାନୀର ସାମାଜିକ ଓ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲ୍ଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚୌଦ୍ୱାର ରେ ଥିବା ବୈଦେଶ୍ୱର କଲୋନୀରେ ମା ଦକ୍ଷିଣେ ଶ୍ୱର କାଳୀ ମନ୍ଦୀର ପ୍ରାଙ୍ଗଣରେ ଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଶୌଚାଳୟ ଉଦ୍ଘାଟନ କରାଯାଇ ଅଛି । ଇମ୍ଫା ର ମାନବ ସମ୍ବଳ ଅଧିକାରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ରାଓ […]

You May Like

Pin It on Pinterest