
ବବିତା ସାମଲ(ଭଦ୍ରକ)ମହାନ ସ୍ୱାଧୀନତା ସଂଗ୍ରାମୀ, ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ,କୃଷକ ନେତା ତଥା କଲେଇ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ, ସ୍ବର୍ଗତ ହୃଦାନନ୍ଦ ରାଉତ ଙ୍କ ଦେହାନ୍ତ ରେ କଳେଇ ଗ୍ରାମ ପଞ୍ଚାୟତ ବାସୀ ଅତ୍ୟନ୍ତ ମର୍ମାହତ | ତାଙ୍କ ଦେହାନ୍ତ ଭଦ୍ରକ ମାଟି ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି |ଆଜି ତାଙ୍କ ମରଶରୀରକୁ ପଞ୍ଚାୟତ ଭ୍ରମଣ କରାଇ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଜାତୀୟ ପତାକା ଦ୍ଵାରା ସମ୍ମାନିତ କରାଯାଇଛି।
ମହାନ ଆତ୍ମାକୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରଶାସନିକ ସ୍ଥରରେ ବ୍ୟବସ୍ଥା କରାଯାଇଛି|ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ, ବିଧାୟକ ସଂଜୀବ ମଲ୍ଲିକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅତିରିକ୍ତ ଆରକ୍ଷିଅଧିକ୍ଷକ,ତହସିଲଦାର, ଶ୍ରମିକ ନେତା,ଯୁବ ନେତା ତାପସ ରାୟଙ୍କ ସମେତ ଅନେକ ପଞ୍ଚାୟତ ବାସି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

ହୃଦାନନ ରାଉତ ସାରା ଭଦ୍ରକର ଶ୍ରମିକ ମାନଙ୍କ ପାଇଁ ତାଙ୍କ ଜୀବନ କାଳରେ ଅନେକ ସଂଘର୍ଷ କରିଥିଲେ | ଏହି ସମୟରେ ତାଙ୍କ ପରିବାରକୁ ଭଗବାନ ଅଦମ୍ୟ ସାହସ ଓ ଆତ୍ମବିଶ୍ୱାସ ଦିଅନ୍ତୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ |