
ବାସ୍ତବବ୍ୟୁରୋ:(ଢେଙ୍କାନାଳ)ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଅଂଚଳରେ,ଚାଷୀଙ୍କ ହାହାକାର |ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଚାଷୀକୁଳ ଆଜି ହତାଶ |କହିବାର ତାତ୍ପର୍ଯ୍ୟ ପାଣି ପାଇଁ କାଳିଆପାଣି ପଂଚାୟତରେ, ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି,କାଳିଆପାଣି ପଂଚାୟତ ସହ,କଂସ,ଚିଙ୍ଗୁଡ଼ିପାଳ,ରାହାଷୋଳ ପଞ୍ଚଯାତ ର ଚାଷୀ ମଧ୍ୟ କାଳିଆପାଣି ମାଇନ୍ସ ପାଇଁ ଅସୁବିଧାର ସମୁଖୀନ ହେଉଥିବା ପରିଲକ୍ଷିତ ହେଉଛି |
ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାଇ,ଚାଷପାଇଁ ଏମାନେ କେବଳ ବର୍ଷାଜଳ ଉପରେ ନିର୍ଭର କରୁ ଥିବାବେଳେ ନିଜସ୍ୱ ଖର୍ଚ୍ଚରେ ମାଇନ୍ସରୁ ପ୍ରାୟ ୫୦୦ ମିଟର ସିମେଣ୍ଟ ପାଇପ ପକାଇ ଚାଷଜମିପାଇଁ,ପାଣି ବ୍ୟବସ୍ଥା କରିଥିଲେ | ଟମକା ମଙ୍ଗଳପୁର ଢ଼ଳେଇ ରୋଡ଼ ହେବା ସମୟରେ ସେହି ପାଇପକୁ ଉଠାଇ ରାସ୍ତା କରାଯିବାରୁ,ଚାଷୀମାନଙ୍କର ପ୍ରାୟ ୯୦ ରୁ ୧୦୦ ଏକର ଚାଷ ଜମି ଏବେ ପଡିଆ |
ସରପଞ୍ଚ କଳ୍ପନା ଜେନାଙ୍କ କହିବାନୁଯାଇ,୧୩ଟି ୱାଡ କୁନେଇ କାଳିଆପାଣି ପଂଚାୟତ ମଧ୍ୟରୁ ୪/୫/୬ ୱାର୍ଡର ଚାଷୀ ପାଣିପାଇଁ ମୁଖ୍ୟତଃ ହନ୍ତସନ୍ତ ହେଉଛନ୍ତି | ବାରମ୍ବାର ଅଭିଯୋଗ କଲେମଧ୍ୟ କିଛି ସୁଫଳ ମିଳୁନାହିଁ | ସରକାରଙ୍କ ଚାଷୀମାନଙ୍କ ପାଇଁ ବହୁବିଧ ଯୋଜନା କରୁଥିବା ବେଳେ,ପ୍ରକୃତରେ ଚାଷୀମାନେ କିପରି ବେଉଷଣ ଲାଗି ମୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ବୁଝୁଛି କିଏ ? ଏମିତି ଅନେକ ପ୍ରଶ୍ନ, ଏହାର ବିଧିବଧ ସମାଧାନ ନହେଲେ ଆଗମୀଦିନରେ ଚାଷୀମାନେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବେ |