
ଡ଼ି.ପୃଷ୍ଟି (ଭୁବନ)କୋର୍ଟଙ୍କ ନିର୍ଦେଶ ଫିକା ପଡିଲା |ମାନ୍ୟବର କୋର୍ଟଙ୍କ ନିର୍ଦ୍ଧେଶକ୍ରମେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଂଚାୟତର କୁନିନ୍ଦା ଗ୍ରାମରେ ଜବର ଦଖଲ ଉଛେଦ ପାଇଁ ସରକାରୀ ବାବୁମାନେ ପୁରା ସଂଜବଜର ଯାଇଥିବା ବେଳେ ଫେରିଲେ ଖାଲି ହାତରେ |
ମିଳିଥିବା ସୂଚନାନୁଯାଇ,କୁନିନ୍ଦା ଗ୍ରାମର ଦରିଆ ବାରିକ ଙ୍କ ପରିବାରକୁ ସରକାରୀ ଜମି ଜବର ଦଖଲ ଉଛେଦ ପାଇଁ ନୋଟିସ ହୋଇଥିଲା | ନିର୍ଦ୍ଧିଷ୍ଟ ତାରିଖ ମତେ ମାଜିଷ୍ଟ୍ରେଟଙ୍କ ପାୱାର ସହ ତହସିଲଦାର, ଉଛେଦ ସ୍ଥଳରେ ପହଂଚି ଯାହା ଦେଖିଲେ,ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ | ସେହି ଜମିରେ ପ୍ରଧାନମନ୍ତ୍ରୀ ଆବାସ ଠିଆହୋଇଛି |ଉତ୍ତର ନଥିଲା ତାସିଲଦାରଙ୍କ ପାଖରେ |ଏ ହେଉଛି ଆମ ସରକାରୀ ବ୍ୟବସ୍ଥା,ତହସିଲଦାର ବାବୁ ସରଜମିନ ସହ କାଗଜପତ୍ର ତନଖି କରି ଜାଣିଲେଯେ,ଢେଙ୍କାନାଳ ଜିଲା କନିନ୍ଦା ପଂଚାୟତ କୁନିନ୍ଦା ଗ୍ରାମର ଅନୁକୂଳ ବାରିକଙ୍କ ପତ୍ନୀ ଦରିଆ ବାରିକଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆ ଯାଇଛି ,ଏବଂ ଉକ୍ତ ଜମିପଟା ତାଙ୍କ ନାମରେ ଅଛି |
ଏଠି ପ୍ରଶ୍ନ ଉଠୁଛି ତହସିଲଦାର ନିଜେ ପଟା ବାଣ୍ଟିବା ଲୋକ ହୋଇ ନ ଜାଣି ପାରିଲେ କେମିତି ? ଯେଉଁ ଜମିରୁ ଉଛେଦ ପାଇଁ ଯାଉଛନ୍ତି ସେ ଜମିର କାଗଜ ପତ୍ର ପ୍ରଥମେ ତର୍ଜମା କରିବା ଉଚିତ ନୁହେଁକି ?ତରିଆ ବାରିକ ଙ୍କ ନାମରେ ସେହି ତହସିଲ ରୁ ପଟା ଈସୁ ହୋଇଛି ନା’ ପ୍ରଧାନମନ୍ତ୍ରୀ ପଠାଇଛନ୍ତି |ଏମିତି ଅନେକ ପ୍ରଶ୍ନ ର ଉତ୍ତର ଖୋଜୁଛନ୍ତି ବୁଦ୍ଧିଜୀ ମାନେ |



