ଚାନ୍ଦବାଲି ବ୍ଲକ ତେନ୍ତୁଳିଢିହ ପଞ୍ଚାୟତରେ, ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩୦/୦୮/୨୧-ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ତରଫରୁ ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଳିଡିହ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଜେଡ଼ିର ଯୁବ ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ ଜନ୍ମଦିନ ଅବସରରେ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି l

ଏହି ରକ୍ତଦାନ ଶିବିରକୁ ବରିଷ୍ଠ ବିଜେଡି ନେତା ସୁଦାମ ପତ୍ରୀ ଉଦଘାଟନ କରିଥିଲେ । ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ଯୁବ ସଭାପତି ମୁକୁନ୍ଦ ଦେବ ସାମଲ ଓ ଜିଲ୍ଲା ସାଧାରଣ ସମ୍ପାଦକ ତାପସ ନାୟକ, ଆଶିଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ରକ୍ତଭଣ୍ଡାରରେ ରକ୍ତର ଅଭାବ ଅନୁଭବ ହେଉଛି ତେଣୁ ରକ୍ତବିନା କାହା ଜୀବନ ନ ଯାଉ କି ରକ୍ତ ଭଣ୍ଡାରରେ ରକ୍ତର ଅଭାବ ନ ରହୁ ଏହା ବିଜୁଯୁବ ବାହିନୀର ଲକ୍ଷ୍ୟ ବୋଲି କହିଥିଲେ ଶ୍ରୀ ନାୟକ କହିଥିଲେ ।

ଭଦ୍ରକ ରକ୍ତ ଭଣ୍ଡାରର ସହଯୋଗରେ ଅନୁଷ୍ଠିତ ଉକ୍ତ ଶିବିରରେ ଏକ ସହ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ତେନ୍ତୁଳିଡ଼ିହି ସରପଞ୍ଚ ପ୍ରତାପ ବିଶ୍ୱାଳ, ସୁବାସ ମହାନ୍ତି ଯୁବନେତା ରାଜେନ୍ଦ୍ର ବେହେରା, ରତିକାନ୍ତ ବେହେରା, ନିରଞ୍ଜନ ଦାସ, ଜଗବନ୍ଧୁ ବଳ ପ୍ରମୁଖ ସହଯୋଗ କରିଥିଲେ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଘରେ ଏହି ଫୋଟୋ ଲଗାଇଲେ ବଦଳିବ ଆପଣଙ୍କ ଭାଗ୍ୟ,ଆର୍ଥିକ ପ୍ରତିବନ୍ଧରୁ ମିଳିବ ମୁକ୍ତି...

Mon Aug 30 , 2021
ବାସ୍ତୁ ଶାସ୍ତ୍ରର ଘର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ | ଘରର ପ୍ରତ୍ୟେକ ଦିଗ ଏବଂ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ନିଜସ୍ୱ ସକାରାତ୍ମକତା ଅଛି | କେଉଁ ଦିଗରେ ରଖାଯିବା ଉଚିତ ତାହା ମଧ୍ୟ ମନେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ବାସ୍ତବବ୍ୟୁରୋ:ବାସ୍ତୁ ଶାସ୍ତ୍ର ଘର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ | ଘରର ପ୍ରତ୍ୟେକ ଦିଗ ଏବଂ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ନିଜସ୍ୱ ସକାରାତ୍ମକତା ଅଛି | କେଉଁ […]

You May Like

Pin It on Pinterest