“ଯାଦୁଆ ବିକୁଛି ଯାଦୁ ମଲମ” କଟକ ସହର ଧବଳ ଟଗର..ଏବେ ଆବର୍ଯ୍ୟନାର ସହର…

ଦେବାଶିଷ ମିଶ୍ର (କଟକ)ଓଡିଶା ର ଶ୍ରେଷ୍ଠ ସହର ଭାବେ ଜଣାଶୁଣା ‘କଟକ ସହର’ ଆଜି ଏତେ ଅବହେଳିତ ହୋଇ ପଡିଛି ତାହାର ହିସାବ ନାହିଁ। କଟକ ମହାନଗର ନିଗମ ଅଧୀନ ରେ ଥିବା ଏହି ସହରରେ ନାଳ ନର୍ଦ୍ଦମା ସଫା ନହେବା କାରଣରୁ ଡେଂଗୁ ଜ୍ବର ବ୍ଯାପିବାର ସମ୍ଭାବନା କୁ ଏଡାଇ ଦିଆଯାଇ ନ ପାରେ। ଅନ୍ୟ ପକ୍ଷରେ ନିଗମର ସ୍ବାସ୍ଥ୍ଯ ବିଭାଗରେ ମ୍ଯାଲେରିଆ ନିରୀକ୍ଷକ ନାହାଁନ୍ତି। ଜଣେ ମାତ୍ର ଫାଇଲେରିଆ ନିରୀକ୍ଷକ “ଯାଦୁଆ ବିକୁଛି ଯାଦୁର ମଲମ” ଭଳି ଚାଲିଛି ଏ ସଂସ୍ଥା।

ମହାନଗର ଅଧୂବାସୀଂକ ଅବସ୍ଥା କୁ ଦେଖୂ ହିନ୍ଦୁ ସେନା ରାଜ୍ଯ ସଭାପତି ଶ୍ରୀ ଦେବାଶିଷ ରାଉତଙ୍କ ଉପସ୍ଥିତିରେ କଟକ ଜିଲ୍ଲା ଶାଖା ସଭାପତି ଶ୍ରୀ ଆଶୀଷ ମହାପାତ୍ରଙ୍କ ନେତୃତ୍ବ ରେ ଗତ ଏକ ସପ୍ତାହ ଧରି କଟକ ସହରରେ ଡେଂଗୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି ଓ ଏହା ଆହୁରି ଏକମାସ ଧରି କଟକ ସହରର ପ୍ରତ୍ଯେକ ଗଳିକନ୍ଦିରେ ଚାଲିବ ବୋଲି ସଭାପତି ଶ୍ରୀ ମହାପାତ୍ର ସୂଚନା ଦିଅନ୍ତି।

ଏହି କାର୍ଯ୍ୟକ୍ରମ ରେ ଚୌଦ୍ୱାର-କଟକ ସଭାପତି ଶ୍ରୀ ରଂଜିତ୍ ମଲ୍ଲିକ, ଶ୍ରୀ ମନୋଜ ରାଉତ, ଶ୍ରୀ ହରିଚନ୍ଦନ ନାୟକ, ଶ୍ରୀ ରୂପକ ପ୍ରସାଦ, ଶ୍ରୀ ସାହିଲ୍ ସିଂ, ଶ୍ରୀ ରାକେଶ ସାମଲ, ଶ୍ରୀ ସୂରଜ ମୁଦୁଲି, ଶ୍ରୀ ରାଜକିଶୋର ବେହେରା, ଶ୍ରୀ ଦିପକ ବେହେରା, ଶ୍ରୀ ରାକେଶ ବେହେରା, ଶ୍ରୀ ରାଜେଶ ବେହେରା ଓ ଶ୍ରୀ ସୋମନାଥ ଦାସ ପ୍ରମୂଖ ସେନା କର୍ମୀ ସାମିଲ୍ ହୋଇଥିବା ସହ କାର୍ଯ୍ୟକ୍ରମ ସମୟରେ ଚୌଧୁରୀ ବଜାର ଠାରେ ଗାଡି ଧକ୍କା ରେ ଆହତ ଏକ ଗାଈକୁ ମୂର୍ମୂଷୁ ଅବସ୍ଥା ରେ ଉଦ୍ଧାର କରି ଚିକିତ୍ସା ଲାଗି ପଠାଇ ପ୍ରଶଂସାର ପାତ୍ର ହୋଇଥିବା ଜଣାଯାଏ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁଣ୍ୟ ବ୍ରହ୍ମ ଓ ସ୍ମୃତି ନୀଡ଼ ଶୀର୍ଷକ ରେ କବି ନିରଂଜନ ସେଠୀଙ୍କ ସୁନା ଠାକୁର ଭଜନ ଲୋକାର୍ପିତ...

Tue Aug 31 , 2021
ପ୍ରଦୀପ ନାୟକ(ଭୁବନେଶ୍ୱର)ଗୀତସହିତ ମିତ ବସିଗଲା ପରେ ଜୀବନଟା ମଧୁର ହୋଇଯାଏ ।ଫଗୁଣ ବଉଳ, କୋଇଲି , ଫୁଲ ମଳୟ ,ଜହ୍ନ ,ତାରା ଆପଣା ପଣରେ କୋଳେଇ ନିଅନ୍ତି ବର୍ଷା ବସନ୍ତ ବୈଶାଖ ଶୀତ କାକର ନିଜର ହୋଇ ଯାଆନ୍ତି ।ଝଡ ବାତ୍ୟା ଆଉ ଜୀବନର କଠୋର ସମୟ କେଉଁ ବାଟେ ବାଟ ଭାଙ୍ଗି ଯାଆନ୍ତି ଭାବିଲା ବେଳକୁ ସମୟ ତା ବାଟରେ ନିଗିଡି ଯାଇଥାଏ ।କଳିର କରାଳରେ କଳଙ୍କିତ ପୃଥିବୀ […]

You May Like

Pin It on Pinterest