ଚାଷୀ ମୃତ୍ୟୁ ପାଇଁ ଦାୟୀ କିଏ ହେବ ? ସରକାର ରାଜ୍ୟର ମରୁଡ଼ି ଲୁଚେଇବାକୁ କାହିଁକି ଚାହୁଁଛନ୍ତି ? କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଚାଷୀ ମୃତ୍ୟୁ ପାଇଁ ଦାୟୀ କିଏ ହେବ ? ସରକାର ରାଜ୍ୟର ମରୁଡ଼ି ଲୁଚେଇବାକୁ କାହିଁକି ଚାହୁଁଛନ୍ତି ? ରାଜ୍ୟରେ ଗଜା ମରୁଡି ହୋଇଛି ବୋଲି ସରକାର ସ୍ୱୀକାର କରନ୍ତୁ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି |

ଆଜି ବିଧାନସଭାରେ,ରାଜ୍ୟରେ ସମ୍ଭାବ୍ୟ ମରୁଡି ଓ ରାଜ୍ୟ ସରକାର ନେଇଥିବା ବିହିତ ପଦକ୍ଷେପ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୋସନ ପ୍ରସଙ୍ଗ ଆଣିଥିବା ବେଳେ,ଏହି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ବିଭାଗ ଗୁଡିକରେ ଅଫିସରଙ୍କ ମରୁଡ଼ି ପଡିଛି । ଏଠାରେ ପ୍ରଶ୍ନ କିଏ ଗ୍ରାଉଣ୍ଡ ଭିଜିଟ କରି ଅନୁଧ୍ୟାନ କରିବ ? ସରକାର ନିଜେ ମାନିଛନ୍ତି ୫୭ଟି ବ୍ଲକରେ ୩୫ ପ୍ରତିଶତରୁ କମ ଜଳସେଚନ ହୋଇଛି ।

ଏହି ଅବସରରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ମରୁଡ଼ି ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ସରକାର ଚିନ୍ତା କରିବାର ବେଳ ଆସିଛି । ସରକାର ସ୍ୱୀକାର କରନ୍ତୁ ରାଜ୍ୟରେ ଗଜା ମରୁଡି ହୋଇଛି ବୋଲି । ରାଜକନିକାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ନିଆଣ୍ଟିଆ ବର୍ଷାରେ ଫସଲ ନଷ୍ଟ ଯୋଗୁ ଏପରି ପରିସ୍ଥିତି ହୋଇଛି । ମନ୍ତ୍ରୀ ଦେଉଥିବା ତଥ୍ୟରେ ତାଳ ମେଳ ରହୁନି । ରାଜସ୍ୱ ମନ୍ତ୍ରୀ ୧୪ ଜିଲ୍ଲାର ୩୦ ବ୍ଲକରେ ନିଆଣ୍ଟିଆ ବର୍ଷା ହୋଇଛି ବୋଲି କହୁଥିବା ବେଳେ କୃଷି ମନ୍ତ୍ରୀ ୧୪ ଜିଲ୍ଲାର ୪୭ଟି ବ୍ଳକରେ କମ ବର୍ଷା ହୋଇଥିବାର ତଥ୍ୟ ଦେଉଛନ୍ତି । ଚାଷୀ ଆତ୍ମହତ୍ୟା ଆରମ୍ଭ ହେଲାଣି ।

ସରକାର ମରୁଡ଼ି ଲୁଚେଇବାକୁ ଚାହୁଁଛନ୍ତି । ଚାଷୀ ମୃତ୍ୟୁ ପାଇଁ ଦାୟୀ କିଏ ହେବ ସେ ନେଇ ସରକାର ଉତ୍ତର ରଖନ୍ତୁ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ତେବେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ନିଆଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ଏକ ପ୍ରକାର ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ତଥ୍ୟ ଲୁଚେଇ ନାହାନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଟୀକାକରଣ ଏବଂ କ୍ରିକେଟ୍ କ୍ଷେତ୍ରରେ ଭାରତର ରେକର୍ଡକୁ ଟ୍ୱିଟର ମାଧ୍ୟମରେ ବିଜୟ ଉତ୍ସବ ପାଳନ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

Tue Sep 7 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୀକାକରଣ ଏବଂ କ୍ରିକେଟ୍ କ୍ଷେତ୍ରରେ ଭାରତର ରେକର୍ଡ ବିଜୟ ଉତ୍ସବ ପାଳନ କରିଛନ୍ତି। ଇଂଲଣ୍ଡର ଓଭାଲରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ସେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏକ କୋଟିରୁ ଅଧିକ ଲୋକଙ୍କୁ ଟୀକାକରଣ ପାଇଁ ଟୀକାକରଣ ସାମ୍ନାରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି […]

You May Like

Pin It on Pinterest