ଆଜି ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୧୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୭୭୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୯୪୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୦୩୬୦୩ଜଣ ସୁସ୍ଥ ହୋଇଛନ୍ତି । 

ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲାଯାଇଛି । ଏହାପରେ ମୋଟ୍ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।

କୋଭିଡ୍ ନିୟମ ନ ମାନିଲେ ପର୍ବ ପର୍ବାଣୀରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । କୋଭିଡ୍ ନିୟମ ନ ପାଳନ କରିବା ତେବେ ତୃତୀୟ ଲହର ଆମନ୍ତ୍ରଣ ଦେଲା ଭଳି ହେବ : ଡିଏମଇଟି ସିବିକେ ମହାନ୍ତି ।  

ଭାଙ୍ଗି ଗଲା ବ୍ରାହ୍ମଣୀ ନଦୀ ବନ୍ଧ । ଯାଜପୁର ଜିଲ୍ଲା ବରୀ ବ୍ଲକ୍ ସାହୁପଡା ପଞ୍ଚାୟତ ମାଟିଆ ପଡା ନିକଟରେ ବ୍ରାହ୍ମଣୀ ନଦୀ ବନ୍ଧରେ ସୃଷ୍ଟି ହୋଇଛି ୩ଟି ଘାଇ । ଏହା ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଏହି ଘାଇ ସୃଷ୍ଟି ହେବା ଯୋଗୁଁ ୩ ଶହରୁ ଉର୍ଦ୍ଧ୍ବ ପରିବାର ପ୍ରଭାବିତ ହୋଇଛନ୍ତି ।

 ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୧୭୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୩ ଲକ୍ଷ ୧୬ ହଜାର ୭୫୫ ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୩ ହଜାର ୪୯୭ରେ ପହଞ୍ଚିଥିବା ବେଳେ ୩୫୧୦୮୭ ସକ୍ରିୟ ମାମଲା ରହିଛି । ସେହିପରି ୩୨୫୨୨୧୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ କୁ ଜି.ଏସ.ଟି. ପରିସରକୁ ଆଣି ସମଗ୍ର ଦେଶରେ ଏକକ କର ବ୍ୟବସ୍ଥା ମଧ୍ୟରେ ଆଣିବା ଲାଗି କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏନେଇ ଆସନ୍ତା ଜି.ଏସ.ଟି ପରିଷଦ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇପାରେ।

ଆଗକୁ ମହଙ୍ଗା ହୋଇପାରେ ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର। ମହଙ୍ଗା ହୋଇପାରେ ଫୁଡ୍‌ ଡେଲିଭରୀ କମ୍ପାନୀ ସ୍ୱିଗି ଜୋମାଟରୁ ଖାଦ୍ୟ ମଗାଇବା । ବିତରଣ କମ୍ପାନୀମାନେ ଖାଦ୍ୟର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଜିଏସ୍‌ଟି କାଉଂସିଲ୍‌ ବୈଠକରେ ବିଚାର ଚାଲିଛି।କମିଟିକୁ ଅତି କମରେ ୫ ପ୍ରତିଶତ ଜିଏସ୍‌ଟି ଅଧୀନରେ ଆଣିବାକୁ ସୁପାରିଶ କରିଛି ଖାଦ୍ୟ ବିତରଣ କମ୍ପାନୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହ୍ବାଟସ୍ ଆପ୍ ର ସେଟିଂ ରେ ଏହି ପରିବର୍ତ୍ତନ କରନ୍ତୁ , ଆପଣଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ...

Wed Sep 15 , 2021
ହ୍ବାଟସ୍ ଆପ୍ ର ଅନେକ ବୈଶିଷ୍ଟ୍ୟର ସେଟିଂସମୂହକୁ ସ୍ଥିତିରୁ ଲାସଟ ସିନ କୁ ପରିବର୍ତ୍ତନ କରି, ଆପଣ ଆକାଉଣ୍ଟକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିବେ | ଏଥିରେ ଦୁଇ-ସୋପାନ ଯାଞ୍ଚରୁ ଫିଙ୍ଗର ପ୍ରିଣ୍ଟ ଲକ୍ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ | ଫେସବୁକ୍ ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଏହାର ଗୋପନୀୟତା ନୀତିକୁ ନେଇ ବିବାଦ ହୋଇଥାଇପାରେ, କିନ୍ତୁ ଏହାକୁ ଏପରି ଅନେକ ବୈଶିଷ୍ଟ୍ୟ ଦିଆଯାଇଛି ଯାହା ଆପଣଙ୍କ […]

You May Like

Pin It on Pinterest