ରାଜ୍ୟର ୧୦ରୁ ଊର୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…

ବାସ୍ତବବ୍ୟୁରୋ(ଭୁବନେଶ୍ବର):ରାଜ୍ୟର ୧୦ରୁ ଊର୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ,ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢ଼େଙ୍କାନାଳ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର ଓ ସୁବର୍ଣ୍ଣପୁର ପ୍ରଭୁତି ଜିଲ୍ଲା ଗୁଡିକରେ,ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେପ୍ଟେମ୍ବର ୨୦ରୁ ୨୧ ତାରିଖ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲା ଗୁଡିକ ମଧ୍ୟରେ,କେନ୍ଦୁଝର,ଝାରସୁଗୁଡ଼ା, ସୁନ୍ଦରଗଡ଼,ସମ୍ବଲପୁର, ଦେବଗଡ଼, ବରଗଡ଼, ନୂଆପଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହିତ ଏହି ଜିଲ୍ଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଏଯାବତ ତାଳଚେରରେ ୩୪.୬ ଡିଗ୍ରି ସେଲସିୟସ ସର୍ବାଧିକ ତାପମାତ୍ରା ରହିଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ୨୨.୦ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ICSE କାଉନସିଲର ମାର୍କକୁ ଚାଲେଞ୍ଜ କରି ୮୯%ବଦଳରେ ମାଲକାନଗିରି ର ଛାତ୍ରୀ ରଖିଲେ ୯୬%ମାର୍କ

Sun Sep 19 , 2021
ପ୍ରଭାତ ସାହା(ମାଲକାନଗିରି): ମାଲକାନଗିରି ଜିଲ୍ଲା ଦୀପ୍ତି କାନଭେଣ୍ଟ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ଛାତ୍ରୀ ଶ୍ଵେତା ମିଶ୍ରଙ୍କ ଚମତ୍କାରିତା l୨୦୨୦/୨୧ ବାର୍ଷିକ ଦଶମ ଶ୍ରେଣୀ ପରୀକ୍ଷା ମହାମାରୀ ଯୋଗୁଁ ବାତିଲ କରାଯାଇଥିଲା l ଶ୍ଵେତାଙ୍କ କଠିନ ପରିଶ୍ରମ ଓ ଦୃଢ଼ ମନବଳ ସଫଳତାର ଶୀର୍ଷରେ ପହଞ୍ଚାଇବାର ଚାବିକାଠି ପାଲଟିଛି l ମାଲକାନଗିରି ଜିଲ୍ଲା ପାଇଁ କୃତି ଛାତ୍ରୀ ଶ୍ଵେତା ମିଶ୍ର ଗୌରବ ଆଣିଦେଇଛନ୍ତି l କୋଭିଡ କାଳରେ ନିଜର […]

You May Like

Pin It on Pinterest