ICSE କାଉନସିଲର ମାର୍କକୁ ଚାଲେଞ୍ଜ କରି ୮୯%ବଦଳରେ ମାଲକାନଗିରି ର ଛାତ୍ରୀ ରଖିଲେ ୯୬%ମାର୍କ

ପ୍ରଭାତ ସାହା(ମାଲକାନଗିରି): ମାଲକାନଗିରି ଜିଲ୍ଲା ଦୀପ୍ତି କାନଭେଣ୍ଟ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ଛାତ୍ରୀ ଶ୍ଵେତା ମିଶ୍ରଙ୍କ ଚମତ୍କାରିତା l୨୦୨୦/୨୧ ବାର୍ଷିକ ଦଶମ ଶ୍ରେଣୀ ପରୀକ୍ଷା ମହାମାରୀ ଯୋଗୁଁ ବାତିଲ କରାଯାଇଥିଲା l ଶ୍ଵେତାଙ୍କ କଠିନ ପରିଶ୍ରମ ଓ ଦୃଢ଼ ମନବଳ ସଫଳତାର ଶୀର୍ଷରେ ପହଞ୍ଚାଇବାର ଚାବିକାଠି ପାଲଟିଛି l

ମାଲକାନଗିରି ଜିଲ୍ଲା ପାଇଁ କୃତି ଛାତ୍ରୀ ଶ୍ଵେତା ମିଶ୍ର ଗୌରବ ଆଣିଦେଇଛନ୍ତି l କୋଭିଡ କାଳରେ ନିଜର କଠିନ ପରିଶ୍ରମ ଆଉ ଆତ୍ମବଳ ଯୋଗୁଁ, ସେ ଆଜି ସଫଳତାର ଚରମ ସୀମାରେ ଦଣ୍ଡାୟମାନ l ICSE କାଉନସିଲ ଯେଉଁ ମାର୍କ ଜାରି କରିଥିଲା, ସେଥିରେ ଶ୍ଵେତା ସନ୍ତୁଷ୍ଟ ନଥିଲେ l ତେଣୁ ପୁଣି ଥରେ ପରୀକ୍ଷା ଦେବାକୁ ସେ ଆବେଦନ କରିଥିଲେ l

ICSE କାଉନସିଲ ଜାରି କରିଥିବା ମାର୍କ ଅନୁସାରେ ଶ୍ଵେତା 89 ଶତକଡା ମାର୍କ ରଖିଥିବା ବେଳେ, ବର୍ତମାନ ସେ ପୁନଃ ପରୀକ୍ଷା ଦେଇ 96 ଶତକଡା ମାର୍କ ଆଣି କୃତିତ୍ୱ ଲାଭ କରିଛନ୍ତି lମାଲକାନଗିରି ଜିଲ୍ଲାରେ କେବଳ ଗୋଟିଏ ମାତ୍ର ICSE ବିଦ୍ୟାଳୟ ଥିଲାବେଳେ, ଏହି ଖବର ଜିଲ୍ଲା ପାଇଁ ଖୁସିର ଘଡ଼ି ଆଣି ଦେଇଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଘଣ୍ଟେଶ୍ୱର ଦିଗଛିଆ ମୁଖ୍ୟ ରାସ୍ତା ପଲେଇ ସାହି ନିକଟରେ ଏକ ନମ୍ବର ବିହୀନ ଅଟୋ ଜବଦ...

Sun Sep 19 , 2021
ଦେବକାନ୍ତ ମହାନ୍ତି ,ଚାନ୍ଦବାଲି,୧୯/୦୯/୨୦୨୧ଘଣ୍ଟେଶ୍ୱର ଫାଣ୍ଡିର ନାଇଟ ପ୍ରଟୋଲିଙ୍ଗ ଟିମ ବିଳମ୍ଭତ ରାତ୍ରୀରେ ଏକ ନମ୍ବର ବିହୀନ ଅଟୋକୁ ଦିଗଛିଆ ପଳେଇସାହି ନିକଟରେ ଜବାଦ କରିଛି l ଅଟୋରେ ଥିବା ୩ ଅଭିଯୁକ୍ତଙ୍କ ମଧ୍ୟ ପୋଲିସ ଗିରଫ କରିଛି l ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ବାଂଶଡା ଥାନା ଏ ଏସ ଆଇ ଗଙ୍ଗାଧର ସିଙ୍ଗ ଏବଂ ଥାନା ଷ୍ଟାପ ଙ୍କ ମିଳିତ ଉଦ୍ୟମରେ ଗତକାଲି ବିଳମ୍ବିତ ରାତିରେ,ଘଣ୍ଟେଶ୍ୱରରୁ ଦିଗଛିଆ […]

You May Like

Pin It on Pinterest