‘ଚମ୍ପି’ର ଏକାଦଶାହ ଯଦି ଚମ୍ପିକୁ ଭଲପାଥିଲେ ନିଶ୍ଚୟ ଆସିବେ…


ଭଦ୍ରକ(ବବିତା ସାମଲ)ସ୍ନେହ ମମତା ଆଉ ଆଦର ପାଇଁ ଏହି ଦୁନିଆରେ ସମସ୍ତେ ପାଗଳ |ଟିକିଏ ଭଲ ପାଇବାରେ ହିଁ ସମ୍ପର୍କ ମଧୁର ଆଉ ଦୀର୍ଘସ୍ଥାୟୀ ହୁଏ |ଏମତି ଏକ ସ୍ନେହ ଓ ମମତାର ଉଦାହରଣ ଆଜି ଭଦ୍ରକର ଚରମ୍ପା ବଜାରରେ ଦେଖାଇବୁ ମିଳିଛି | ଚମ୍ପିର ଏକାଦଶାହ କ୍ରିୟା, ଲୋକ ମାନେ ଶୁଦ୍ଧି ହୋଇଛନ୍ତି ଖାଇବା ପିଇବା ମଧ୍ୟ ଚାଲିଛି |ତେବେ କିଏ ଏହି ଚମ୍ପି କିଏ, କଣଚମ୍ପିର ପରିଚୟ କଣ ପାଇଁ ଏତେ ବଡ ଆୟୋଜନ ?

ଏଭଳି ଏକ ଭଲପାଇବାର ଜ୍ୱଳନ୍ତ କାହାଣୀ ଆସିଛି ଭଦ୍ରକ ଜିଲ୍ଲାରୁ ୧୫ ୨୦୦୬ ଜାନୁୟାରୀ ୨୦୦୬ ମସିହାରେ ଭଦ୍ରକ ସହରର ଚରମ୍ପା ବଜାରରେ ଚମ୍ପିର ଜନ୍ମ |ଛୋଟ ଅବସ୍ଥାରେ ଏକ ସଡ଼କ ଦୁର୍ଘଟଣାରେ ୨ ଭାଇଭଉଣୀଙ୍କୁ ହରାଇବା ପରେ ଚମ୍ପିକୁ ଆଦରି ନେଇଥିଲେ ସ୍ଥାନୀୟ ଦୋକାନୀ, ଆଉ ତା ପରେ ହୋଇଥିଲା ନାମକରଣ କିଏ ଚମ୍ପି ଡାକୁଥିଲା ତ କିଏ ଡାକୁଥିଲା ଝୁମୁରି ଆଉ ଏହି ଚମ୍ପି ହେଉଛି ଏକ କୁକୁର ଯାହା ପାଇଁ ଆଜି ଏତେ ଆୟୋଜନ ଭଦ୍ରକ ଚରମ୍ପା ବଜାରରେ ଚମ୍ପିର ଜନ୍ମ ଓ ସେହି ଠାରେ ହିଁ ଘଟିଛି ତାର ଅକାଳ ମୃତ୍ୟୁୁ |

ଗତ ଗଣେଶ ପୂଜା ଦିନ ଚମ୍ପିର ମୃତ୍ୟୁ ହୋଇଥିଲା, ମୃତ୍ୟୁ ପରେ ଯଥା ରୀତି ନୀତି ଅନୁସାରେ ଚମ୍ପିର ଶବ ସତ୍କାର କରାଯାଇଛି ସାଧାରଣ ଲୋକଙ୍କ ଭଳି ଚମ୍ପି ପାଇ ଦୋକାନୀ ଭାଇ ମାନେ ନଣ୍ଡା ହେବା ସହ ଶୁଦ୍ଧି କ୍ରୀୟା ମଧ୍ୟ କରିଛନ୍ତି |ବଞ୍ଚିଥିବା ସମୟରେ ନିଜର ନରମ ସ୍ବଭାବ ଓ ଉତ୍ତମ ବ୍ୟବହାର ପାଇଁ ସମସ୍ତଙ୍କ ଅତି ନିକଟତର ହୋଇ ପାରିଥିଲା ଚମ୍ପି |ଭଦ୍ରକ ଚରମ୍ପା ବଜାରର କିଛି ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଅତି ପ୍ରିୟ ଥିଲା ଚମ୍ପି, ସକାଳୁ ରାତି ଯାଏ ଏହି ବ୍ୟବସାୟୀଙ୍କ ଦୋକାନ ଆଗରେ ଚମ୍ପିଙ୍କ କଟୁଥିଲା ଦିନ |

ଏହାରି ଭିତରେ ଚମ୍ପି ଓ ବ୍ୟବସାୟୀଙ୍କ ଭିତରେ ଗଢି ଉଠିଥିଲା ସ୍ନେହ ଓ ଭଲ ପାଇବାର ସଂପର୍କ ତେବେ ଚମ୍ପିର ଅକାଳ ମୃତ୍ୟୁରେ ଭଦ୍ରକ ଚରମ୍ପା ବଜାରରେ ଶୋକର ଛାୟା ଖେଳିଯାଇଛି ଚମ୍ପି ସହ ସ୍ନେହ ଓ ମମତାର ସଂପର୍କ ଭିତରେ ବାନ୍ଧି ହୋଇଥିବା କିଛି ବ୍ୟବସାୟୀମାନେ ଏବେ ଚମ୍ପିର ଆତ୍ମାର ଶାନ୍ତି ନିମନ୍ତେ ଏକଦଶହ କ୍ରୀୟା ପାଳନ ହୋଇଛି ତେବେ ଅନେକ ବେଳେ ପଶୁପକ୍ଷୀ ଙ୍କୁ ଆକ୍ରମଣ ସହ ଅକଥନୀୟ ନିର୍ଯାତନା ର ଖବର ଆମେ ଶୁଣନ୍ତି କିନ୍ତୁ ଏହି ଘଟଣା ନିଶ୍ଚିତ ଏକ ଉଦାହରଣ ପଶୁ ପାଇଁ ଭଲ ପାଇବା ର ଏକ ଜ୍ୱଳନ୍ତ ପ୍ରମାଣ |

ତେବେ ଏକାଦଶାହ ପାଇଁ ଚଳଚଞ୍ଚଳ ହୋଇଛି ଚରମ୍ପା ଛକ ଲୋକ ଆସି ଚମ୍ପି ର ଫୋଟୋ ରେ ପୁଷ୍ପ ଦେଇ ଚମ୍ପି ର ଆତ୍ମା ର ସଦଗତି କାମନା କରିଛନ୍ତି ଦୋକାନୀ ମାନେ ମିଳିତ ହୋଇ ଦଶାହ ଭୋଜି ରେ ବ୍ରାହ୍ମଣ ଭୋଜନ ଶହ ପଡୋଶୀ ଙ୍କୁ ମଧ୍ୟ ଖାଦ୍ୟ ଦେଇଛନ୍ତି ଆଉ ମନେ ମନେ ଖୋଜିଛନ୍ତି ଯେ ପୁଣି ଥରେ ଚମ୍ପି ଫେରିଆସନ୍ତାକି ମଣିଷ ଜନ୍ମ ନେଇ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧାମରା ଜାଗୁଳା ପଞ୍ଚାୟତ ଅଡାବନ୍ଧ ଗାଁରେ ଗ୍ରାମବାସୀଙ୍କ ପକ୍ଷରୁ ବସୁନ୍ଧରା ଯୋଜନାରେ ଘରବାଡ଼ି ପଟ୍ଟା ପାଇଁ ତହସିଲଦାରଙ୍କୁ ଦାବିପତ୍ର

Fri Sep 24 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୪/୯-ଚାନ୍ଦବାଲି ବ୍ଲକ ଧାମରା ଜାଗୁଳା ଫଚାୟତ ଅଡ଼ାବନ୍ଧ ଗାଁ ଆଜି ୬୦ ପରିବାର ଚାନ୍ଦବାଲି ତହିସିଲ କାର୍ଯ୍ୟାଳୟରେ ପହଁଚି ନିଜର ହକ ମାଗିବା ସାହି ସେମାନଙ୍କୁ ଭୂମିହିନ ବସୁନ୍ଦରା ଯୋଜନାରେ ସ୍ଥାୟୀ ଘରପଟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ଚାନ୍ଦବାଲି ତହସିଲଦାରଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏଥିନେଇ ଚାନ୍ଦବାଲିର ଅଗ୍ରଣୀ ସ୍ଵଛାସେବୀ ସଂଗଠନ ସଂଗ୍ରାମ ସେନା ସେମାନଙ୍କ ଏହି ଲଢ଼େଇର ସାମିଲ ହୋଇଛନ୍ତି । […]

You May Like

Pin It on Pinterest