ପଟ୍ଟାୟତ ସାହୁଙ୍କ ଦିର୍ଘ ୪୦ ବର୍ଷର ଅନବରତ କଠିନ ପରିଶ୍ରମ ଓ ନିଷ୍ଠାର ଔଷଧୀୟ ବୃକ୍ଷ ବଣ….

ଦୀପକ ସାହୁ(କଳାହାଣ୍ଡି)କଥାରେ ଅଛି ଧାର୍ଯ୍ୟଓ ଏକାଗ୍ରତାର ସହ କୌଣସି ପରିଶ୍ରମ ର ମୂଲ୍ୟ କେବେ ବେକାର ଯାଏନା । ଆମେ ଆଜି ଏମିତି ଜଣେ କର୍ମ ବୀରଙ୍କ କଥା କହୁଚୁ ଯିଏ, ଦୀର୍ଘ ୪୦ ବର୍ଷର ଅନବରତ ପରିଶ୍ରମ ନିଷ୍ଠା ଦ୍ୱାରା ସୃଷ୍ଟି କରିଛନ୍ତି ଏକ ଔଷଧୀୟ ବୃକ୍ଷବଣ ।ଏ ହେଉଛନ୍ତି ନାନ୍ଦୋଳ ଗାଁର ପଟ୍ଟାୟତ ସାହୁ । ଯୁବାବସ୍ଥାରୁ ପଟ୍ଟାୟତ ନିଜର ପେଶା ରୂପେ ଔଷଧୀୟ ବଗିଚା ତିଆରି କରିଥିବା ବେଳେ ତାଙ୍କର ଏହି ନିଶା ଆଜି ଜଗତ କଲ୍ୟାଣରେ ବ୍ୟବହାର ହେଉଛି ।

କଳାହାଣ୍ଡି: ଜିଲ୍ଲାର ନାନ୍ଦୋଳ ଗାଁର ପଟ୍ଟାୟତ ସାହୁ ନିଜ ଘର ପଛ ପଟରେ ଥିବା ଦେଢ ଏକର ଜମିରେ ଔଷଧୀୟ ବୃକ୍ଷ ସୃଷ୍ଟି କରି ଏବେ ଚର୍ଚ୍ଚାରେ । କହିବାକୁ ଗଲେ ପଟ୍ଟାୟତ ମେଡିକାଲ ଗାର୍ଡେନ ସୃଷ୍ଟି କରି ୩ ହଜାର ପ୍ରକାର ଔଷଧୀୟ ବୃକ୍ଷ ବଞ୍ଚେଇବାରେ ସଫଳ ହୋଇଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମଗ୍ର ଓଡିଶାରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ପଟ୍ଟାୟତଙ୍କ ବୃକ୍ଷବଣ; ଯେଉଁଠି ଲାଗିଛି ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷଏଥିପାଇଁ ପଟ୍ଟୟତଙ୍କୁ ବନୌଷଧି ପ୍ରବୀଣ, ଆୟୁର୍ବେଦ ଶିରୋମଣି, ବନୌଷଧି ବିଶାରଦ ଭଳି ଅନେକ ଉପାଧି ମିଳିଛି । ଦିନକୁ ଦିନ ଜଙ୍ଗଳ କ୍ଷୟ ହେବା ଦ୍ବାରା ଔଷଧୀୟ ବୃକ୍ଷ ମଧ୍ୟ ନଷ୍ଟ ହେବାକୁ ବସିଛି । ଫଳରେ ଔଷଧୀୟ ବୃକ୍ଷ ଲୋପ ପାଇବାକୁ ବସିଲାଣି। ଏହାର ସୁରକ୍ଷା ଓ ଔଷଧୀୟ ବୃକ୍ଷର ସୃଷ୍ଟି ବାର୍ତ୍ତା ଓ ଉପକାରୀତା ଆଗାମୀ ଭବିଷ୍ୟତ ପାଇଁ ସଂରକ୍ଷିତ ରଖିବା ଜରୁରୀ । ଏଥିପାଇଁ ୪୦ ବର୍ଷ ପୂର୍ବେ ତାଙ୍କୁ ଯେତେବେଳେ ୨୫ ବର୍ଷ ହୋଇଥିଲା ପଟ୍ଟାୟତ ଏହି ଔଷଧୀୟ ବଗିଚାର ମଞ୍ଚି ପୋତିଥିଲେ ।

ଦୀର୍ଘ ୪୦ ବର୍ଷର ଅନବରତ ପରିଶ୍ରମ ନିଷ୍ଠା ଓ ସେବା ପରେ ଏବେ ସୃଷ୍ଟି ହୋଇଛି ଏହି ଔଷଧୀୟ ବୃକ୍ଷବଣ । ବିଶେଷ କରି ଜୈବିକ ସାରର ପ୍ରୟୋଗ କରି ଏହି ଔଷଧୀୟ ଗଛକୁ ଲଗାଇଛନ୍ତି ସେ । ଯୁବାବସ୍ଥାରୁ ପଟ୍ଟାୟତ ନିଜର ପେଶା ରୂପେ ଔଷଧୀୟ ବଗିଚା ତିଆରି କରିଥିବା ବେଳେ ତାଙ୍କର ଏହି ନିଶା ଆଜି ଜଗତ କଲ୍ୟାଣରେ ବ୍ୟବହାର ହେଉଥିବା କହିଛନ୍ତି । ପଟ୍ଟାୟତ ସାହୁ ଦିନ ବେଳା ଚାଷୀ ରୂପେ ନିଜ ବଗିଚାରେ କାମ କରୁଥିବା ବେଳେ ରାତିରେ ଜଣେ ବୈଦ୍ୟ ରୂପେ ଆୟୁର୍ବେଦ ଚିକିତ୍ସା କରନ୍ତି।ତେବେ ପଟ୍ଟୟାତଙ୍କ ଏହି ଔଷଧୀୟ ବୃକ୍ଷ ବଣ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକିଆ ରେଡିଓ କାର୍ଯ୍ୟକ୍ରମ ମନକୀ ବାତ କାର୍ଯ୍ୟକ୍ରମରେ ସ୍ଥାନ ପାଇବା ପରେ, ଏବେ ପଟ୍ଟୟତଙ୍କୁ ନେଇ ସବୁଠି ଚର୍ଚ୍ଚା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତ ବାଘନଟା ଗାଁରେ ସ୍ତ୍ରୀ କାଟିଲା ସ୍ୱାମୀ ର ଗୁପ୍ତାଙ୍ଗ....

Tue Sep 28 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଚାନ୍ଦବାଲି ଥାନା ଅଧିନ ବାଘନଟା ଗାଁରେ ଦେଖୁବକୁ ମିଳିଛି ଅଭାବନିୟ ଘଟଣା , ପାରିବାରିକ କଳିକୁ ନେଇ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି । ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୁଣ୍ଡ ଓ ଦାନ୍ତ ଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ ସ୍ତ୍ରୀ ମଧ୍ୟ ପ୍ରତି ଆକ୍ରମଣ ଦା ସାହାର୍ଯ୍ୟରେ ସ୍ବାମୀର ଗୁପ୍ତାଙ୍ଗକୁ କାଟିବା ସହ ବେକକୁ କାଟିଛି । ଗ୍ରାମବାସୀ ଖବର […]

You May Like

Pin It on Pinterest