
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨-୧୦-ଚାନ୍ଦବାଲି ବ୍ଲକରେ ବିଜେପି ଦଳ ପକ୍ଷରୁ ବଡ଼ ଓସ୍ତିଆ ଫଚାୟତରେ ବିଜୟ ଉତ୍ସବ ପାଳନ ହୋଇଛି । ଚାନ୍ଦବାଲିରେ ବିଜେପି ମଣ୍ଡଳ ସଭାପତି ଲଲାଟେନ୍ଦୁ ରାଏଙ୍କ ନେତ୍ବତରେ ଆଜି ଏକ ବିଶାଳ ମଟର ସାଇକେଲ ରାଲି ବାହାରି ଫଚାୟତରେ ଶୋଭାଯାତ୍ରା କରାଯାଇଛି , ବଡ଼ ଓସ୍ତିଆ ଫଚାୟତରେ ୨୦୧୭ ମସିହାରେ ହୋଇଥିବା ଫଚାୟତ ନିର୍ବାଚନରେ ବିଜେପି ଦଳର ସମର୍ଥିତ ପାର୍ଥନୀ ସୁଜାତା ସାହୁ ୧୨୪୭ ଖଣ୍ଡ ଭୋଟ ପାଇ ପୁଲିଙ୍ଗ ଓ ପିଜାଇଡ଼ିଙ୍ଗ ଅଫିସର ଘୋଷଣା ପରେ ବିଜୟ ହୋଇଥିଲେ ।
ହେଲେ ତତ୍କାଳିନ ନିର୍ବାଚନ ଅଧୁକାରୀ ଓ ବିଡ଼ିଓ ସରକାରୀ ଦଳ ଚାପରେ ବିଜୟୀ ପାର୍ଥୀନିଙ୍କୁ ପରାସ୍ତ ଘୋଷଣା କରିଥିଲେ । ଏଥିରେ ସୁଜାତା ସାହୁ ନ୍ୟାୟଳୟରେ ଆଶ୍ରୟ ନେଇଥିଲେ । ମାନ୍ୟବର ନ୍ୟାୟଳୟ ସୁଜାତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଏହି ବିଜୟ ଘୋଷଣା ହୋଇଥିବା ବର୍ତମାନର ସରପଂଚଙ୍କ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି । ଏନେଇ ବଡ଼ ଓସ୍ତିଆ ଫଚାୟତର ବିଜେପି କର୍ମୀମାନେ ମାନ୍ୟବର କୋର୍ଟର ରାୟକୁ ଧନ୍ୟବାଦ ଦେବା ସହ ସତ୍ୟ ବିଜୟ ଆଜି ପଂଚାୟତରେ ଏକ ଶୋଭାଯାତ୍ରା କରିଛନ୍ତି ।