ବାସ୍ତବବ୍ୟୁରୋ:ଆସନ୍ତା କାଲି ପିପିଲି ଉପ ନିର୍ବାଚନର ଭୋଟ ଗଣତି ।ହାର ଜିତର ଫଳ ବାହାରିବା ପୂର୍ବରୁ,କଂଗ୍ରେସର ଟାଣୁଆ ନେତା ବିଧାୟକ ସୁର ରାଉତରାୟଙ୍କ ବିସ୍ପୋରକ ବୟାନ,ଚର୍ଚାର ବିଷୟ ପାଲଟିଛି। କାରଣ ସୁରଙ୍କ ବାଣ ଭାରି ଟାଣ ଏହି ବାଣରେ,ବିଜେଡି-କଂଗ୍ରେସ ଗଣିତକୁ ପୂରା ଅଡୁଆ ତଡୁଆ କରି ଦେଇଛି ।
କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଅଭିଯୋଗ,ପିପିଲି ଉପନିର୍ବାଚନରେ ବିଜେଡି ପାଇଁ କଂଗ୍ରେସ ହିଁ ପ୍ରଚାର କରୁଥିଲା ।ସୁର କହିଛନ୍ତି ଦଳର ଷ୍ଟାର ପ୍ରଚାରକ ପ୍ରଦୀପ ମାଝୀଙ୍କ ପ୍ରଚାର ଦ୍ୱାରା ଦଳର ଭୋଟ ହାର କମିବ ଏବଂ କଂଗ୍ରେସ ହାରିବାର ମଧ୍ୟ ସମ୍ଭାବନା ରହିଛି।
ପିପିଲି ହାରିବା ପଛରେ ପ୍ରଦୀପ ମାଝୀ ଦାୟୀ ବୋଲି ଖୋଲା ଖୋଲି କହିଛନ୍ତି ସୁର । ପ୍ରଦୀପଙ୍କ ପ୍ରଚାର ଯୋଗୁଁ କିଛି ଭୋଟ ବିଜେଡିକୁ ଚାଲିଯାଇଛି । ଦଳ ଛାଡିବା ଅଛି ଯଦି ସେ ତୁରନ୍ତ ଦଳ ଛାଡ଼ନ୍ତୁ । ନହେଲେ ଗଣ ମାଧ୍ୟମରେ ସ୍ପଷ୍ଟ କରି ଦଳ ଭିତରେ ରୁହନ୍ତୁ । କଂଗ୍ରେସ ଦଳରେ ବହୁତ ଆଦିବାସୀ ନେତା ଅଛନ୍ତି । ଦଳ ଛାଡିବା ଲୋକ ଗଲେ ନୂଆ କଂଗ୍ରେସ ତିଆରି ହେବ ବୋଲି କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ ।



