
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)-୦୬/୧୦-ଚାନ୍ଦବାଲି ବ୍ଲକ ଘଟପୁର ପଂଚାୟତ ହେଙ୍ଗୁପତି ଖଟୁଆସାହି ଗାଁରେ ସାଳନ୍ଦୀ ନଦୀରେ ଭାସି ଯାଇ ଶିଶୁ ମୃତ, ୩ଦିନ ପୃର୍ବରୁ ନିଖୋଜ ଥିଲେ ଶିଶୁ, ଆଜି ନଦୀରୁ ଶିଶୁଟି ମୃତ ଅବସ୍ଥାରେ ଭାସୁଥିବା ବେଳେ ମୃତ ଶିଶୁକୁ ନଦୀରୁ ଉଦ୍ଧାର କଲେ ଗ୍ରାମବାସୀ l ନଦୀରେ ଭାସି ଯାଇ ମୃତ ବରଣ କରିଥିବା ଶିଶୁ ଜଣକ ହେଉଛନ୍ତି ଖଟୁଆସାହି ଗାଁରେ ଦାମଦାର ଦାସଙ୍କ ପୁଅ ଅମ୍ଲାନ ଦାସ ବୋଲି ସୂଚନା ମିଳିଛି l