ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ବାସ୍ତବବ୍ୟୁରୋ(ବ୍ରହ୍ମପୁର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ । ଗତ ବର୍ଷ ଆଡ୍‌ମିଶନ ସମୟରେ ଛାତ୍ରଛାତ୍ରୀଙ୍କ ଠାରୁ ହଷ୍ଟେଲ୍ ଫିସ୍ ସହ ୭୮୫୦ ଟଙ୍କା ବିଶ୍ଵବିଦ୍ୟାଳୟ ଆଦାୟ କରିଥିଲେ । ହେଲେ କରୋନାକାଳରେ,ଦୁଇ ମାସ ଛାତ୍ରଛାତ୍ରୀ ହଷ୍ଟେଲରେ ରହିଥିଲେ । ଚଳିତ ଶିକ୍ଷାବର୍ଷରେ ସମାନ ପରିମାଣର ଫିସ୍ ପୈଠ କରିବାକୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବାରୁ, ଏହି ନିଷ୍ପତ୍ତିକୁ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ବିରୋଧ କରି ପ୍ରଶାସନିକ କୋଠା ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନ କରିଛନ୍ତି ।

ଗତ ବର୍ଷ ହଷ୍ଟେଲରେ ଦୁଇ ମାସ ରହି ବର୍ଷକର ଫିସ୍ ନେଇଛନ୍ତି ଛାତ୍ର ଛାତ୍ରୀ । ଏବେ ହଷ୍ଟେଲ୍ ଫିସ୍ ଫେରାନ୍ତୁ ନଚେତ୍ ପୁନଃ ରିଏଡିମିସନରେ ସେହି ଟଙ୍କାକୁ ବିନିଯୋଗ କରାନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଭାପତି ହେବା ପାଇଁ ବହୁ ଯୋଗ୍ୟ ବ୍ୟକ୍ତି ଦଳରେ ଅଛନ୍ତି,ମୁଁ ସଭାପତି ଥିଲା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ- ନିରଞ୍ଜନ ପଟ୍ଟନାୟକ

Thu Oct 7 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ମୁଁ ସଭାପତି ଥିଲା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ଇସ୍ତଫା ନେଇ ବହୁ ଦିନ ପରେ ମୁହଁ ଖୋଲିଛନ୍ତି। ନିରଞ୍ଜନ କହିଛନ୍ତି ଯେ ,ବିଜେଡି ଦଳ ଭଳି ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ। ମୁଁ ପଦରେ ରହିବି ନା ନାହିଁ, ଏହା ମୋ ପାର୍ଟିର ଅଭ୍ୟନ୍ତରୀଣ କଥା। ମୁଁ ହାଇକମାଣ୍ଡଙ୍କୁ ପିପିଲି ଉପନିର୍ବାଚନ ଫଳ ଆସିବା ପୂର୍ବରୁ […]

You May Like

Pin It on Pinterest