
ବିନିକା(ଶାନ୍ତନୁ ପଣ୍ଡା)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବିଶାଲପାଲି ଛକ ନିକଟରେ ବନ୍ଧୁକ ଦେଖାଇ ଡକାୟତି । ଆଜି ସଂନ୍ଧ୍ଯାରେ ଦେବାଶିଷ ସାହୁ. ଟଙ୍କଧର ସାହୁ ମାଲିକ ସାହୁ ଓ ତାଙ୍କ ସ୍ତ୍ରୀ ଉଲୁଣ୍ଡା ବ୍ଲକ କୋଟସମଲାଇ ନିଜ ଶଶୁର ଘରରୁଦୁଇଟା ବାଇକ ଯୋଗେ ବିନିକା ବ୍ଲକ ସିଂଘିଯୁବା ନିଜ ଘରକୁ ଫେରୁଥିଲେ ।
ବିଶାଲପାଲି ଛକ ନିକଟରେ ହମ୍ପ୍ସ ଥିବାରୁ ଗାଡି ଧୀରେ କରିବା ବେଳେ ଦୁଇ ଜଣ ଯୁବକ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ଦେବାଶିଷସାହୁଙ୍କ ପଛରେ ବସିଥିବା ଟଙ୍କଧର ସାହୁଙ୍କଠାରୁ ବ୍ୟାଗ ଛଡାଇ ନେଇଥିଲେ ।ସଂନ୍ଧ୍ୟା ସମୟରେ ବାଇକ ଯୋଗେ ଫେରୁଥିବା ଯୋଗୁଁ ତାଙ୍କର ସବୁ ସୁନା ଗହଣା ଓ ଟଙ୍କା ଓ କିଛି ସମ୍ବଲପୁରୀ ଶାଢ଼ୀ ବ୍ୟାଗରେ ଥିବା ବେଳେ ଦୁର୍ବୁତ୍ତମାନେ ବ୍ୟାଗଟିକୁ ଛଡାଇ ନେଇଛନ୍ତି ।ବିନିକା ପୋଲିସ ଘଟଣାସ୍ଥଳକୁ ପହଂଚି ଅନୁସନ୍ଧାନ ଜାରୀ ରଖିଛି ।