ପୁଣି ଉପର ମୁହାଁ କରନା-ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ…

ଭୁବନେଶ୍ୱର(ବାସ୍ତବବ୍ୟୁରୋ):ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ । ୫ ଦିନର ବ୍ରେକ୍‌ ପରେ ରାଜ୍ୟରେ ପୁଣି ଗୋଟିଏ ଦିନରେ ୫୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରାମିତଙ୍କ ମଧ୍ୟରେ ୭୦ ଜଣ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି।

ଗତ ୨୪ ଘଣ୍ଟାରେ ୫୪୯ କରୋନା ଆକ୍ରାନ୍ତ ମଧ୍ୟରୁ ୩୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ, ବାକି ୨୩୧ ଜଣ ହେଉଛି ସ୍ଥାନୀୟ ବାସିନ୍ଦା । ସର୍ବାଧିକ ୨୯୬ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨, ବାଲେଶ୍ୱରରୁ ୧୨, ବରଗଡ଼ରୁ ୨, ଭଦ୍ରକରୁ ୪, ବଲାଙ୍ଗିରରୁ ଜଣେ, କଟକରୁ ୫୦, ଦେବଗଡ଼ରୁ ୮, ଢେଙ୍କାନାଳରୁ ୬, ଜଗତସିଂହପୁରରୁ ୯, ଯାଜପୁରରୁ୧୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡି ୪, କେନ୍ଦ୍ରାପଡ଼ାରୁ ୭, କୋରାପୁଟରୁ ୩, ମୟୂରଭଞ୍ଜରୁ୧୩, ନୟାଗଡ଼ରୁ୧୦, ପୁରୀରୁ ୯, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ୧୬, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୬୭ ଜଣ ପିଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୋଦୀ ସରକାରଙ୍କ ନୂଆ ଯୋଜନା- ଏବେ ଖୁଚୁରା ଦୋକାନରେ ମିଳିବ ଏଲପିଜି ସିଲିଣ୍ଡର...

Wed Oct 27 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ଆଗାମୀ ଦିନରେ, ଆପଣ ଦୋକାନରୁ LPG ସିଲିଣ୍ଡର କିଣିବାକୁ ସକ୍ଷମ ହେବେ | ବାସ୍ତବରେ, ଛୋଟ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରିକୁ କେନ୍ଦ୍ର ସରକାର ଅନୁମୋଦନ କରିବା ପାଇଁ ଯୋଜନା ପ୍ରସ୍ତୁତି କରୁଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଫେୟାର ପ୍ରାଇସ୍ ଦୋକାନ (FPS) ରେ ବିକ୍ରିକୁ ଅନୁମତି ଦେବାକୁ ଯୋଜନା କରାଯାଇଛି। ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ FPS […]

You May Like

Pin It on Pinterest