ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପ୍ରକ୍ରିୟାରୁ ବିଜେପି ଆଜି ନିଜକୁ ବିଧିବଦ୍ଧ ଭାବେ ଦୂରେଇ ନେଇଛି। ଶନିବାର ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳ ଭାଗବତ ସିଂହ କୋଶିୟାରି ବିଜେପିର ବିଧାୟକ ଦଳ ନେତା ଦେବନ୍ଦ୍ର ଫର୍ଣ୍ଣାବିସଙ୍କୁ ନୂତନ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ହେଉଛି ଏକକ ସଂଖ୍ୟାଗରିଷ୍ଠ ଦଳ।
ଆଜି ବିଜେପିର ଦୁଇଟି କୋର କମିଟି ବୈଠକ ଅନୁଷ୍ଠିତ ହେବା ପରେ ମହାରାଷ୍ଟ୍ର ବିଜେପିର ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଯେ ଆମ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନଥିବାରୁ ଆମେ ସରକାର ଗଠନରୁ ଓହରି ଯାଉଛୁ। ବର୍ତ୍ତମାନ ଶିବସେନା ଏନ୍ସିପି ଓ କଂଗ୍ରେସ ସମର୍ଥନରେ ସରକାର ଗଠନ କରୁ ଏଥିରେ ବିଜେପିର କୌଣସି ଆପତ୍ତି ନାହିଁ ବୋଲି ବୟାନ ରଖିଛନ୍ତି । ସରକାର ଗଠନରୁ ବିଜେପି ଓହରି ଯିବା ପରେ ବରିଷ୍ଠ କଂଗ୍ରେସ ନେତା ମିଲିନ୍ ଦେଓରା ରାଜ୍ୟରେ ସରକାର ଗଠନ ପାଇଁ କଂଗ୍ରେସ ଓ ଏନ୍ସିପିକୁ ରାଜ୍ୟପାଳ ଆମନ୍ତ୍ରଣ କରନ୍ତୁ ବୋଲି ସେ ଦାବି ଜଣାଇଛନ୍ତି।



